48 ଘଣ୍ଟାରେ ୨ ସଡ଼କ ଦୁର୍ଘଟଣା : ୨ ମୃତ ରେଂଗାଲିକେମ୍ପ ଛକରେ ନୟନଙ୍କ ମୁତ୍ଯୁଝାଉଁଜୋର ନିକଟରେ ଯୁବକଙ୍କ ମୃତ 3ବର୍ଷର ଶିଶୁ ପୁତ୍ର ସହ ମାଆ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ
ସରଣ୍ଡା,24/12(ସଂସ୍କୃତି ମିଡ଼ିଆ ବ୍ୟୁରୋ ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଯାଇଥିବା 53 ନମ୍ବର ଜାତୀୟ ରାଜପଥ ରେ ଗତ 48 ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ 2ଜଣ ବ୍ୟକ୍ତିଙ୍କ ଅକାଳ ବିୟୋଗ ଘଟିଛି l ରବିବାର ସକାଳ ପ୍ରାୟ ୬ ଟା ସମୟରେ ବରଗଡ ଜିଲ୍ଲା ଅତାବିରା ଥାନା ଅଧିନ ୫୩ ନମ୍ବର ଜାତୀୟ ରାଜପଥ ରେଂଗାଲିକେମ୍ପ ଛକ ପାଖରେ ଅଜଣା ଗାଡି ଧକ୍କାରେ ଜଣେ ବ୍ଯକ୍ତିର ମୁତ୍ଯୁ ଘଟିଥିବା ସୂଚନା ମିଳିଛି ାସୂଚନା ଅନୁସାରେ ବରଗଡ ସଦର ବ୍ଲକ ଅଧିନ ତାଲଶ୍ରୀଗିଡା ଗ୍ରାମର ଲୋକନାଥ ଭୋଇଙ୍କ ପୁତ୍ର ନୟନ ଭୋଇ(45) ସାଇକେଲରେ ରେଂଗାଲିକେମ୍ପ ଛକକୁ ନିଜେ ଚାଷ କରିଥିବା ପନିପରିବା ବିକ୍ରି କରିବାକୁ ଆସିଥିଲେ ଓ ସାଇକେଲରେ ବରଗଡ ପଟକୁ ଯାଉଥିବା ସମୟରେ ଗୋଟିଏ ଅଜଣା ଗାଡି ପଛପଟେ ଧକ୍କା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ନୟନର ମୁତ୍ଯୁ ଘଟିଥିଲା ାଘଟଣା ସମ୍ପର୍କରେ ଅତାବିରା ପୋଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଶବକୁ ପୋଷ୍ଟପାର୍ଟମ ପାଇଁ ବରଗଡ ସରକାରୀ ମେଡିକାଲକୁ ନେଇଥିଲେ ା
ସେହିପରି ରବିବାର ବିଳମ୍ବିତ ରାତ୍ରି ପ୍ରାୟ 12ଟା ସମୟରେ ଅତାବିରା ଝାଉଁଯୋର ନିକଟରେ ଏକ ବାଇକ କୁ ଅଜଣା ଗାଡି ଧକ୍କା ଦେବାରୁ ବାଇକ ଚାଳକ ଅତାବିରା ଥାନା ଗୌରଟିକ୍ରା ଟାଙ୍ଗରଟିକ୍ରା ଗ୍ରାମର ଶତ୍ରୁଘନ ପଟେଲ ଙ୍କ ଅକାଳ ମୃତ୍ୟୁ ହୋଇଛି l ଘଟନସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଛି l ଏଥିରେ ତାଙ୍କ ସହ ବାଇକ ରେ ଥିବା ସମ୍ବଲପୁର ଅଞ୍ଚଳ ସାଲେଟିକ୍ରା ର ସୁମିତ୍ରା ମଲ୍ଲିକ ଓ ତାଙ୍କ 3 ବର୍ଷର ଶିଶୁ ପୁତ୍ର ଅତି ଗୁରୁତର ହୋଇଛନ୍ତି l ଗୁରୁତ୍ୱଦ୍ୱୟଙ୍କୁ ବୁର୍ଲା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଶତ୍ରୁଘନ ଙ୍କ ଶବକୁ ପୋଷ୍ଟପାର୍ଟମ ପାଇଁ ବରଗଡ ସରକାରୀ ମେଡିକାଲକୁ ସୋମବାର ପଠାଯାଇଛି l
ପ୍ରାପ୍ତ ଖବରରୁ ପ୍ରକାଶ ଯେ ଲଷ୍ମୀ ପୂଜା ଦେଖିବାକୁ ଅତାବିରା ଥାନା ଟୁପାପଡା କୁ ସରୋଜ ମଲ୍ଲିକଙ୍କ ସ୍ତ୍ରୀ ଙ୍କ ଭଉଣୀ ଅର୍ଥାତ ଶାଳୀ ସୁମିତ୍ରା ମଲ୍ଲିକ ନିଜ ଶିଶୁ ପୁତ୍ର ସହ ଗତ ଗୁରୁବାର ଦିନ ଆସିଥିଲେ l ପୂଜା ମହୋତ୍ସବ ଦେଖିବା ପରେ ଗତ କାଲି କୌଣସି ଏକ କାମରେ ଶତ୍ରୁଘନଙ୍କ ସହ କେଉଆଡେ ଯାଇଥିଲେ l ସେଠାରୁ ସେମାନେ ରାତ୍ରିରେ 53 ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ସରଣ୍ଡା – ଅତାବିରା ରାସ୍ତାର ଝାଉଁଯୋର ପୋଲ ପାଖରେ ଅଜଣା ଟ୍ରକ ଧକ୍କା ଦେଇଥିଲା l