ଗୋପପୁର ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

0

ବରଗଡ଼,୨୫।୧୨(ସଂସ୍କୃତି ମିଡ଼ିଆ ବ୍ୟୁରୋ ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୧୫ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବରେ ମଥୁରା ନଗରୀ ପାଲଟୁଥିବା ବରଗଡ଼ ସହରର ହାଟପଦା ସଞ୍ଚାର ମଣ୍ଡଳୀରେ ଗତ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପିତ ହୋଇସାରିଛି। ତେବେ ଗୋପପୁର ଯାତ୍ରା ବିନା ଧନୁଯାତ୍ରା ଅସମ୍ଭବ। ଧନୁଯାତ୍ରା ସମୟରେ ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ପାଲଟିଥାଏ ଏବଂ ସେଠାରେ ଗୋପପୁର ଯାତ୍ରା ଦୃଶ୍ୟାଭିନୟ ହୁଏ। ଏହି କ୍ରମରେ ସୋମବାର ଗୋପପୁର ଯାତ୍ରା ପାଇଁ ଯମୁନା ପାଲଟୁଥିବା ଜିରା ନଦୀ କୂଳରେ ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ଏହି ସମୟରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ, ବରଗଡ଼ ଉପଜିଲାପାଳ କୁମାର ନାଗଭୂଷଣ, ବରଗଡ଼ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ, କୃଷ୍ଣ ଅଭିନେତା ସମ୍ରାଟ ମହାପାତ୍ର, ବଳରାମ ଅଭିନେତା କିଶନ ବିର୍ତ୍ତିଆ, ନନ୍ଦରାଜା ଅଭିନେତା ସତ୍ୟନାରାୟଣ ପୋଡ଼ ଏବଂ ଗୋପପୁର ଯାତ୍ରା କମିଟିର କର୍ମକର୍ତ୍ତା ଏବଂ ସଭ୍ୟମାନେ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!