ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ ସମାରୋହ ଅନୁଷ୍ଠିତ

0

ବରଗଡ଼,25/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଫୁଲାପାଲି ପ୍ରାଥମିକ ସରକାରୀ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବର ଉଦଘାଟନୀ ସମାରୋହ ରବିବାର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶତବାର୍ଷିକୀ ମହୋତ୍ସବର ସଭାପତି ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ DEO ମିତ୍ରଭାନୁ କଚ୍ଛପ ଯୋଗ ଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ତେବେ ଏହି ଶୁଭ ମୁହୂର୍ତ୍ତରେ ADEO ରାଧାକାନ୍ତ ଛତ୍ରି,ABEO ରତ୍ନକୁମାର ଭୋଇ,ଜିଲ୍ଲାପରିଷଦ ଗୋବିନ୍ଦ ସାହୁ, ମହୁଲ ପାଲି ସରପଞ୍ଚ ରବୀନ୍ଦ୍ର ଭୋଇ, ପୁରାତନ ଶିକ୍ଷକ ପରମେଶ୍ବର ବାରିକ , ଫକିର ସ୍ବାଇଁ, ବର୍ତ୍ତମାନର ଶିକ୍ଷକ ସରୋଜ ଭୋଇ, ପ୍ରମୁଖ ଯୋଗଦେଇ ଥିଲେ।ତେବେ ନିରୋଜ୍ ସ୍ୱାଇଁଙ୍କ ଦ୍ଵାରା ବିଦ୍ୟାଳୟର ବିବରଣୀ ପଠନ କରାଯାଇଥିବା ବେଳେ ଗାଁର ପୂର୍ବତନ ଛାତ୍ର ବୟସ୍କ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଝିଅମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟ ପରିବେଷଣ କରାଯାଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!