ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା ର ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ଉତ୍ସବ
ଅତାବିରା,22/12-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପପଙ୍ଗା ଠାରେ ଦୁଇଦିନ ଧରି ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସର ରେ ଉଦ୍ଘାଟନୀ ଉତ୍ସବ ରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରି ବାର୍ଷିକ କ୍ରୀଡା ର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ବୀଣାପାଣି ପ୍ରଧାନ ପରିଚାଳନା କରିଥିଲେ। ଶ୍ରୀମାନ ମାନଭଞ୍ଜନ ରଣା ସମେତ ଶିଶୁ ମାନେ ପପଙ୍ଗା କଲୋନୀ ର ଶ୍ରୀ ହନୁମାନ ମନ୍ଦିର ରୁ ମଶାଲ୍ ଆଣି ମଶାଲ୍ ସ୍ଥାପନ କରିଥିଲେ। ଖେଳ ଶିକ୍ଷକ ଶ୍ରୀମାନ ପ୍ରକାଶ ଚନ୍ଦ୍ର ଦଲେଇ ଓ ଶ୍ରୀମାନ ମାନଭଞ୍ଜନ ରଣା ସମେତ ସମସ୍ତ ଗୁରୁଜୀ ଗୁରୁମା ଖେଳ ପରିଚାଳନା କରିଥିଲେ। ପରିଚାଳନା ସମିତି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଭୋଇ, ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର, ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ମେହେର,ସହ ସଭାପତି ସଞ୍ଜୀବ ମହାପାତ୍ର ମଞ୍ଚାସୀନ ଥିଲେ। ପରିଶେଷରେ ଶ୍ରୀମାନ ପ୍ରକାଶ ଚନ୍ଦ୍ର ଦଲେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।