ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ପାଳନ ପାଇଁ ପୁରାତନ ଓ ବର୍ତ୍ତମାନର ଛାତ୍ରୀଙ୍କୁ ନେ଼ଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ ମହିଳା ଶାଖାକୁ ଦାୟିତ୍ଵ ବଣ୍ଟନ

0

ବରପାଲି,18/12-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଫୁଲାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଆସନ୍ତା ୨୪ଡ଼ିସେମ୍ବର ରୁ ୨୮ଡିସେମ୍ବର ପର୍ଯ୍ୟନ୍ତ ୪ଦିନ ଧରି ତାର ଶତବାର୍ଷିକୀ ମହୋତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ତେବେ ଏନେଇ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦାୟିତ୍ଵ ଅର୍ପଣ କରାଯାଇଛି। ଆହୁରି ଆଜି କେବଳ ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ବୈକଠରେ ମହିଳା ମଣ୍ଡଳ ଗଠନ କରାଯାଇ ସ୍ବଚ୍ଛତା ଓ ନିର୍ମଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଯାଦବ ଭୋଇ, ଶିକ୍ଷକ ସରୋଜ ଭୋଇ, ଶିକ୍ଷୟିତ୍ରୀ ଅମ୍ବିକା ମେହେର,ବିଦ୍ୟାଳୟ ଚେୟାରମେନ୍ ନିରୋଜ ସ୍ୱାଇଁ, ଆବାହକ ମଣ୍ଡଲିର ଆବାହକ ହୃଷୀକେଶ ଭୋଇ ଓ ବିଦ୍ୟାଧର ଭୁଏ, ସମେତ ବିଜୟ ଷଣ୍ଢ, ରଞ୍ଜନ ବାରିକ ରାଜିନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!