ଖୁଣ୍ଟୁଲିପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୧୭ ତମ ବାର୍ଷିକ କ୍ରୀଡ଼ା ସମାରୋହ

0

ଭେଡେନ,17/12-(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖୁଣ୍ଟୁଲିପାଲି ଠାରେ ୧୭ ତମ ବାର୍ଷିକ କ୍ରୀଡ଼ା ସମାରୋହ ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଖୁଣ୍ଟୁଲିପାଲି ପ୍ରଗତି ଦୁଗ୍ଧ ଉତ୍ପାଦନ କେନ୍ଦ୍ରର ମ୍ୟାନେଜର ଶ୍ରୀଯୁକ୍ତ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ,ଉପ ସଭାପତି ଶ୍ରୀଯୁକ୍ତ ପ୍ରବୀଣ କୁମାର ସାହୁ ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗଜାନନ ବନଛୋର, ସମ୍ପାଦକ ଶ୍ରୀଯୁକ୍ତ ମଦନ ମୋହନ ଦାଶ ,ଉପ ସଭାପତି ଶ୍ରୀଯୁକ୍ତ ବସୁଦେବ ପଧାନ ଉପସ୍ଥିତ ଥିଲେ ।ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ପଦ୍ମିନୀ ଭୁଏ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ଅଷ୍ଟମ ଶ୍ରେଣୀର ଭଉଣୀ ପ୍ରିୟା ପୁରୋହିତ ଶପଥ ପାଠ କରାଇଥିଲେ ।ଶିଶୁ ବାଟିକା ଓ ପ୍ରାଥମିକ ବିଭାଗର ମୋଟ ୩୫ ଟି ଖେଳ ଅନୁଷ୍ଠିତ ହୋଇଥିଲା । ୨୭୦ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ ।ଉଦଯାପନୀ ଉତ୍ସବରେ କଦୋବାହାଲ ଶାନ୍ତି ନର୍ସିଂ ହୋମ୍ ର ପ୍ରତିଷ୍ଠାତା ଡ଼. ଅରୁଣ କୁମାର ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ଉଦ୍ଘାଟନ ଓ ସମାରୋପ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ନିଶାନ୍ତ ମହାରଣା ଗୁରୁଜୀ ବାର୍ଷିକ କ୍ରୀଡ଼ା ବିବରଣୀ ପଠନ କରିଥିଲେ ।ଏଥିରେ ଶିଶୁ ବର୍ଗ ଭାଇ ରୋହନ ବାଦୀ ଓ ଭଉଣୀ ପ୍ରଣଭି ସାହୁ ଏବଂ ବାଲ୍ ବର୍ଗ ଭାଇ ଅର୍ପିତ ଝଙ୍କାର ଓ ଭଉଣୀ ସ୍ବିଟି ଝଙ୍କାର ସର୍ବଶ୍ରେଷ୍ଠ କ୍ରୀଡାବିତ୍ ଭାବେ ପୁରସ୍କୃତ ହୋଇଥିଲେ ।ବିଭିନ୍ନ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଭାଇ ଭଉଣୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଗୁରୁଜୀ, ଗୁରୁମା,ସେବକ ଓ ସେବିକାଙ୍କ ସହଯୋଗରେ ଏହି କ୍ରୀଡ଼ା ସମାରୋହ ପରିଚାଳିତ ହୋଇଥିଲା ।
(ଭେଡେନ ରୁ ହୃଷିକେଶ ଖମାରୀଙ୍କ ରିପୋର୍ଟ )


Leave a Reply

Your email address will not be published. Required fields are marked *

error: Content is protected !!