ମାତ୍ରୁପୁରୀ ର ବାର୍ଷିକ କ୍ରୀଡା ଉତ୍ସବ
ସରଣ୍ଡା,13/12( ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲା ଅତାବିରା ବ୍ଲକ ଲାଦେରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି l ଅତାବିରା ଶାରିରୀକ ଶିକ୍ଷା ବିଭାଗ ର ବ୍ଲକ୍ ସମ୍ପାଦକ ଶ୍ରୀ ଲବ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହ ଛାତ୍ରୀଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଟିକେଲାଲ ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବବୃବାହନ ମିଶ୍ର ପରିଚାଳନା କରିଥିଲେ l ଅତାବିରା ହସ୍ପିଟାଲ ନିକଟସ୍ଥ ହନୁମାନ ମନ୍ଦିର ରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ଉତ୍ସବ ସ୍ଥଳକୁ ଅଣାଯାଇଥିଲା l କ୍ରୀଡା ଉତ୍ସବରେ ଶତାଧିକ ଛାତ୍ରୀଛାତ୍ର ମାନେ ବିଭିନ୍ନ ବର୍ଗ ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। କ୍ରୀଡା ବିଭାଗ ମୁଖ୍ୟ ଗଜିନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଶିକ୍ଷା କେନ୍ଦ୍ରର ହରିବୋଲ ଅଦାବର୍, ସରୋଜ ରଥ, ଯତୀନ୍ଦ୍ର ପ୍ରଧାନ, ନିରଞ୍ଜନ ପଶାୟେତ, ସୁନୀଲ ଖମାରୀ, ରତନ ଦୀପ, ଆଲୋକ ପଧାନ, ସୁଦୀପ, ଯୁଗଳ, ମିନତୀ, ମିଲନିକା ତଥା ପରିଚାଳନା କମିଟି ପକ୍ଷରୁ ଜୟ ପ୍ରକାଶ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ପ୍ରଧାନ, ଶେଷଦେବ ନାୟକ ଏବଂ ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।