#ଅର୍ଦ୍ଧଦଗ୍ଧ_ଅଵସ୍ଥାରେ_ପଡ଼ିଥିବା_ବୃଦ୍ଧାଙ୍କୁ_ଉଦ୍ଧାର_କଲା_ନିଷ୍ଠା_ପରିବାର
ବରଗଡ଼ -13/12-(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ର ମୁନସୀ ପଡ଼ା ରେ ବସବାସ କରନ୍ତି ଜଣେ ବୃଦ୍ଧା ମାଁ ବସନ୍ତ ସାହୁ ବୟସ ୭୦ବର୍ଷ ରୁ ଉର୍ଦ୍ଧ୍ବ ହେବ। ତାଙ୍କ ସହ କେହି ସଂପର୍କୀୟ ରୁହନ୍ତି ନାହିଁ, ଘରେ ସେ ଏକା ରୁହନ୍ତି। ସରକାରି ଭତ୍ତା ଓ ଏଣେ ତେଣେ କାମ କରି ଚଳି ଯାଆନ୍ତି ବୃଦ୍ଧା ମାଁ ଜଣକ। ହଠାତ ଦିନେ ନିଜେ ରୋଷେଇ କଲା ସମୟ ରେ ଘରେ ନିଆଁ ଲାଗି ଯାଇଥିଲା।ଘରେ ଥିବା ବିଭିନ୍ନ ଜିନିଷ ପୋଡି ଯିବା ସହ ନିଜେ ମଧ୍ୟ ପୋଡ଼ି ଯାଇଥିଲେ। ତାଙ୍କ ଶରୀର ର ଅଧା ଅଂଶ ପୋଡ଼ି ଯାଇ ଯନ୍ତ୍ରଣା ରେ ଛଟ ପଟ ହେଉଥିଲେ ବୃଦ୍ଧା ଜଣକ। ପଡ଼ା ବସୀ ତଥା ସ୍ଥାନୀୟ ଅଙ୍ଗନୱାଡ଼ି ଦିଦି ରୀନା ସାହୁ ତାଙ୍କୁ ଖାଇବା ପିଇବା ଦେଉଥିଲେ। ଡୁମେର ପାଲି ସ୍ଥିତ କଟାପାଲି ରେ ରହୁଥିବା ବୃଦ୍ଧା ଙ୍କ ଭାଇ ବୋହୂ ଓ ଭଣଜା ଏ ଖବର ପାଇବା ପରେ ଘଟଣା ସ୍ଥଳକୁ ଆସି ଥିଲେ ସତ କିନ୍ତୁ ଦେଖି ଦେଇ ନିଜ କାମ ସାରି ଦେଇ ପଡ଼ି ରହିଥିବା ଅଵସ୍ଥା ରେ ଛାଡି ଚାଲି ଯାଇଥିଲେ।ଆମ ନିଷ୍ଠା ପରିବାର ର ସଦସ୍ୟ ସୁଜିତ ସାହୁ ଏ ଖବର ନିଷ୍ଠା ପରିବାର କୁ ଦେଇଥିଲେ। ନିଷ୍ଠା ପରିବାର ର ଉପଦେଷ୍ଠା ଅଶ୍ୱିନୀ ତ୍ରିପାଠୀ ତୁରନ୍ତ ପଥର୍ଲା ଗାଁ କୁ ପହଞ୍ଚିଥିଲେ।ବୃଦ୍ଧାଙ୍କ ଅଵସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ଗୋଟିଏ ସ୍ଥାନ ରେ ଦୀର୍ଘ ତିନି ଦିନ ଧରି ପଡ଼ି ରିହି ଥିବାରୁ ଘର ଭିତର ବହୁତ ଦୁର୍ଗନ୍ଧ ମଧ୍ୟ ହେଉଥିଲା। ୧୦୮ଆମ୍ବୁଲାନ୍ସ ତାଙ୍କ କର୍ମଚାରୀ ନିଷ୍ଠା ର ସଦସ୍ୟ ଓ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ସମସ୍ତେ ମିଶି ବୃଦ୍ଧା ଙ୍କୁ ଉଦ୍ଧାର କରାଯାଇ ବରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା। ସମ୍ପୂର୍ଣ୍ଣ ଭାବରେ ଭଲ ହେବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ନିଷ୍ଠା ପରିବାର ନିର୍ବାହ କରିବ। ବୃଦ୍ଧା ଜଣକ ଯଥା ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଏହା ହିଁ ମାଁ ସମଲେଇ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।
#ଅସହାୟଙ୍କ_ସେବାରେ_ସବୁ_ବେଳେ_ସବୁ_ସମୟରେ_ନିଷ୍ଠା_-ପରିବାର