ଲରମ୍ଭା କଲେଜରେ ମଂଚସ୍ଥ ସମ୍ବଲପୁରୀ ନାଟକ ‘ଜନ୍ କେ କାନ୍ଦ୍ କାନ୍ଦ୍ ଲାଗୁଛେ” ଦର୍ଶକ ବିଭୋର
ସରଣ୍ଡା,13/12(ସଂସ୍କୃତି ମିଡ଼ିଆ ବ୍ୟୁରୋ ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ବାର୍ଷିକ ଉତ୍ସବର ପ୍ରଥମ ଦିବସରେ ଅନୁଷ୍ଠିତ ବ୍ରଜମୋହନ ସାହିତ୍ୟ ସଂସଦର ଦ୍ବିତୀୟ ଅଧିବେଶନରେ ମଂଚସ୍ଥ ସମ୍ବଲପୁରୀ ନାଟକ “ଜନ୍ କେ କାନ୍ଦ୍ କାନ୍ଦ୍ ଲାଗୁଛେ” ମଂଚସ୍ଥ ହୋଇଯାଇଛି । ଏହାକୁ ଅଧାପିକା ଯଶୋବନ୍ତୀ ସା ନିର୍ଦ୍ଦେଶନା ଦେଇଥିବା ସହ ରଚନା ବି କରିଥିଲେ । ନାଟକର ସଫଳ ରୂପାୟନ ପାଇଁ ଅଭିନେତା ମାନଙ୍କୁ ଦର୍ଶକ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ଡଃ ଦିଗମ୍ବର ଚାନ୍ଦ, ମନରଂଜନ ତ୍ରପାଠୀ, ଡଃ ସୁବଳ ରଂଜନ ସାହୁ , ଅଧ୍ୟାପିକା ଦୀପିକା ଏଲିଜା ବେଥ ଲାକ୍ରା ସହଯୋଗ କରିଥିଲେ । ନାଟକଟିର ନିଖୁଣ ଅଭିନୟ ପାଇଁ ଦର୍ଶକ ଗ୍ୟାଲେରୀ ଭରପୁର ଥିଲା।