ଗୋଡଭଗା ସାରସ୍ୱତ ଡିଗ୍ରୀ ମହାବିଦ୍ୟାଳୟର କ୍ରୀଡା ମହୋତ୍ସବ ଉଦଯାପିତ

0

ସମ୍ବଲପୁର,୧୨/୧୨(ସଂସ୍କୃତି ମିଡିଆ ବ୍ୟୁରୋ)  ସମ୍ବଲପୁର – ବରଗଡ଼ ଜିଲ୍ଲା ସୀମାନ୍ତ ଗୋଡ଼ଭଗା ସାରସ୍ବତ ଡିଗ୍ରୀ ମହାବିଦ୍ୟାଳୟରେ ଆଜି କ୍ରୀଡାମହୋତ୍ସବ ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ନୂଆ-ଓ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିମା ପାଲ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଡ୍.ପ୍ରଭାବତୀ ଗୁରୁ, ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ସମ୍ବଲପୁର ଓ ସମ୍ମାନିତ ଅତିଥି ରୂପେ ଶ୍ରୀ ଅଖିଳ ବିଶ୍ୱାଳ, ନୂଆ-ଓ କାର୍ଯ୍ୟକ୍ରମର ସମ୍ବଲପୁର ଜିଲ୍ଲା ନୋଡାଲ୍ ଅଫିସର, ଯୋଗ ଦେଇଥିଲେ। ଅଧ୍ୟାପିକା ସୁଧାରାଣୀ ପଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଦେବବ୍ରତ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ ପ୍ରଧାନ ମଞ୍ଚାସୀନ ଥିଲେ। ଅଧ୍ୟାପକ ରାକେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ କୁଶଲେଶ୍ୱର ବସ୍ତିଆ ଓ ଅଧ୍ୟାପିକା ବୈଜୟନ୍ତି ପଶାୟତ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଳକ ବର୍ଗରେ ଈଶ୍ୱର ମାଝି ଓ ବାଳିକା ବର୍ଗରେ ସନ୍ଧ୍ୟାରାଣୀ ଭୁଏ ଏବଂ ସୋନାଲିକା ସାହୁ ଚାମ୍ପିଆନ ହୋଇଥିଲେ। ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାରେ ଅଧ୍ୟାପିକା ମମତାମୟୀ ପ୍ରଧାନ, ଆଶିଷ ପତି, ଟିକେଶ୍ୱର ପ୍ରଧାନ, ବାସୁଦେବ ଜାଲ, ବିଜୟ ଭୁଏ, ଚିତ୍ତରଞ୍ଜନ ସାହୁ, ଶ୍ରୀପତି ବାରିକ, କାନ୍ତି ମିର୍ଦ୍ଧା, ଫକୀର ଭିବେଲା, ସସ୍ମିତା ମହାକୁର ଏବଂ ଆଲୁମିନି ସଂପାଦକ ସତୀଶ ଦାଶ, ସଦସ୍ୟ ପୁରନ୍ଦର ଭୋଇ ଓ ଉମେଶ ଗଡତିଆ ପ୍ରମୁଖ ସହଯୋଗ କରିଥିଲେ। କ୍ରୀଡ଼ା ଶିକ୍ଷକ ରୁକ୍ମଣ ଭୋଇଙ୍କ ନେତୃତ୍ୱରେ ବିଭିନ୍ନ ହାଇସ୍କୁଲ ଓ କଲେଜରୁ ଆସିଥିବା କ୍ରୀଡା ଶିକ୍ଷକ ଭୁବନେଶ୍ବର ପ୍ରଧାନ, ରମେଶ ଛନ୍ଦ, ଭୀମସେନ ସାହୁ, ମକରଧ୍ୱଜ ପ୍ରଧାନ, ଶୁଭଶ୍ରୀ କର ଓ ଗଙ୍ଗାଧର ଭୁଏ ଖେଳ ପରିଚାଳନା କରିଥିଲେ।

( ସମ୍ବଲପୁରରୁ କୈଳାସ ମହାରଣାଙ୍କ ରିପୋର୍ଟ ସଂସ୍କୃତି ମିଡ଼ିଆ )


Leave a Reply

Your email address will not be published. Required fields are marked *

error: Content is protected !!