କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ର କ୍ରୀଡା ଉତ୍ସବ

0

କୁଚିଣ୍ଡା,.୧୨/୧୨ (ସଂସ୍କୃତି ମିଡିଆ ବ୍ୟୁରୋ)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ‘ଯୁବ ଓଡିଶା ନବୀନ ଓଡିଶା’ର କ୍ରୀଡା ଉତ୍ସବ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବ ଏବଂ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବିଦ୍ୟାଳୟର ଜମିଦାତା କାର୍ତ୍ତିକେୟ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ମାଁ ସମଲେଶ୍ବରୀଙ୍କ ତୈଳଚିତ୍ରରେ ଦୀପ ପ୍ରଜ୍ଜଳନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଭାଗନେବା ପାଇଁ ଆହ୍ବାନ କରିଥିଲେ। ପରିଚାଳନା ସମିତିର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର, ପୂର୍ବ ପରିଚାଳନା କମିଟି ସଦସ୍ୟ ବେଣୁଧର ସେଠ, ଶିକ୍ଷାବିତ୍ ସନାତନ ଭଏଁସା, ପ୍ରତିଷ୍ଠାତା ସଭ୍ୟ ଜୟନାଥ ମନୋହରୀ, ଅବସର ପ୍ରାପ୍ତ ଶିକ୍ଷକ ନୃପଲାଳ ପଟେଲ ପ୍ରମୁଖ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। କ୍ରୀଡା ଉତ୍ସବରେ ୧୦୦, ୪୦୦, ୮୦୦ ମିଟର ଦୌଡ, ଲମ୍ବଡିଆ, ଉଚ୍ଚଡିଆ, ସଟଫୁଟ , ଡିସକସ, ଜେବଲିନ ଫିଙ୍ଗା, କବାଡି, ବ୍ୟାଡବିଣ୍ଠନ, କ୍ୟାରେମ ଖେଳ ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିଲା। କୁଲେଇଗଡ ପଞାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦୀପ ପଟେଲ ଓ ଉଚ୍ଚତର ବିଦ୍ୟାଳୟ ଖେଳ ଶିକ୍ଷକ ଦିଲୀପ କୁମାର ପୂରୋହିତଙ୍କ ଖେଳ ପରିଚାଳନା କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ, ପୁରାତନ ଛାତ୍ରସଂଘ ସଭାପତି ଅରୁଣ ପଟେଲ, ସ୍ବେଛାସେବୀ ବିଜୁ ସାହୁ, ଡିଇଓ ସମିନ ରଞ୍ଜନ ନାଏକ, କିରାଣୀ ଭେଷଜ ଗରଡିଆ, ଜୟଦେବ ରାଉତ, ଅସିମ କୁମାର ପରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

(କୁଚିଣ୍ଡାରୁ ସୁବାସ ନାୟକଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!