ସହିଦ ରେଣ୍ଡୋ ମାଝୀଙ୍କ ଜୟନ୍ତୀରେ ଆଦିବାସୀଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ଆହ୍ବାନ
କୁଚିଣ୍ଡା:ତା.୧୧/୧୨(ସଂସ୍କୃତି ମିଡିଆ ବ୍ୟୁରୋ)- ବିଶିଷ୍ଟ ଆଦିବାସୀ ଜନନେତା, ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ଜୟନ୍ତୀ ଉତ୍ସବ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦବନ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ, ପୂର୍ବତନ ଲେମ୍ପ୍ ସଭାପତି ମନୋରଂଜନ ଭୋଇ ଓ ବିଶିଷ୍ଟ ଆଦିବାସୀ ନେତା ଭଦ୍ରଚରଣ କିସାନ ଉଦବୋଧନ ଦେଇ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ହିଁ ସହିଦଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବୋଲି କହିଥିଲେ।ଶେଷରେ ଉପ-ସଭାପତି ରମେଶ କିସାନ ଧନ୍ୟବାଦ ଅର୍ପଣ କରିଥିଲେ।