କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ର ସାମାଜିକ ଓ ରେଡକ୍ରସ କାର୍ଯ୍ୟକ୍ରମ
ସମ୍ବଲପୁର:ତା.୮/୧୨ (ସଂସ୍କୃତି ମିଡିଆ ବ୍ୟୁରୋ ) କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଓଡିଶା ସରକାରଙ୍କ ‘ଯୁବ ଓଡିଶା ନବୀନ ଓଡିଶା’ର ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲା ରେଡକ୍ରସର ସକ୍ରିୟ ସଭ୍ୟ ଡା. ରାଜାରାମ ଷଡଙ୍ଖୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈବିଦୁର୍ବିପାକ ବିଷୟରେ ନାନା ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ। ସମାଜସେବୀ, ଲେଖକ, ସାମ୍ବାଦିକ ତଥା ଅବସରପ୍ରାପ୍ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ଲୁକ୍କାୟିତ ପ୍ରତିଭାକୁ ଉନ୍ନୋଚନ କରିବାକୁ ପରାମର୍ଶ ଦେଇଥିଲେ। ନୋଡାଲ ଅଧିକାରୀ କୃଷ୍ଣଚନ୍ଦ୍ର ପୂଝାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିକଟସ୍ଥ ଶିବ ମନ୍ଦିରକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ସଫାସୁତୁରା ସହ ପଲିଥିନ ମୁକ୍ତ ସମାଜ ଗଠନ ଦିଗରେ ଉତ୍ସାହିତ କରିଥିଲେ। ରେଡକ୍ରସ ଦାୟିତ୍ବରେ ଥିବା ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥି ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ, ଅଧ୍ୟାପକ ସୁଧୀର କୁମାର ନାଏକ ଓ ଅସିମ କୁମାର ପରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷା ଡେମୋଷ୍ଟ୍ରେଟର ପ୍ରତିମା କୁମାରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।