ବାତ୍ୟାଜନିତ ଲଗାଣ ବର୍ଷାରେ ଚାଷୀ ହନ୍ତସନ୍ତ,କ୍ଷୟକ୍ଷତିର ହିସାବ ହୋଇନି

0

ଗୋଡଭଗା, ୦୭/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) -ବାତ୍ୟାଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କଳାମାଟି ପଞ୍ଚାୟତ ଅନ୍ତର୍ଗତ ବାବୁବନ୍ଧ, ବେହରାଟିକ୍ରା, ଲଡୁଖାଇ, ବୁଢୀଖମାର ଆଦି ବିଭିନ୍ନ ଗ୍ରାମର ଚାଷୀ ଦୟାସାଗର ସାହୁ, ହରିଶ୍ଚନ୍ଦ୍ର ତାଣ୍ଡି, ହେମନ୍ତ ସାହୁ, ଆନନ୍ଦ ସାହୁ, ଲୋକନାଥ ବୁଡ଼ା, ନିବାସ ମହାନନ୍ଦ ପ୍ରମୁଖଙ୍କ ଅମଳକ୍ଷମ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଥିବା କଳାମାଟି ପଞ୍ଚାୟତର ପୁର୍ବତନ ସରପଞ୍ଚ ଡ.ଶ୍ରୀହରି ନାଗଙ୍କ ସୂତ୍ରରୁ ପ୍ରକାଶ। ରାଜସ୍ବ ବିଭାଗର ଅମିନ ଶଶିକାନ୍ତ ପଟେଲ, କୃଷି ଓଭରସିଓର୍ ସୌଦାମିନୀ କୁମୁରା, ଭୂତପୂର୍ବ ସରପଞ୍ଚ ଡ. ଶ୍ରୀହରି ନାଗ ଏବଂ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। କ୍ଷୟକ୍ଷତି ହିସାବ ଏଯାଏ ହୋଇନି।


Leave a Reply

Your email address will not be published. Required fields are marked *

error: Content is protected !!