ଭେଡେନ ହସପିଟାଲଛକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଣ୍ଡପ ସଂସ୍କାର, ଯଜ୍ଞ ଆରମ୍ଭ

0

ଭେଡେନ, ୭/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) ଭେଡେନ ହସପିଟାଲଛକ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ଦ୍ବିତୀୟ ଦିବସ ଗୁରୁବାର ଦିନ ମଧ୍ୟାନ୍ନ ରେ ମଣ୍ଡପ ସଂସ୍କାର କର୍ମ ହୋଇ ଯଜ୍ଞ ଆରମ୍ଭ ହୋଇଛି। ଏହାସହ ବିଗ୍ରହ ଙ୍କ ଯଜ୍ଞ ମଣ୍ଡପ ଆଗମନ, ଧାନ୍ଯାଦି ସଂସ୍କାର କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟାରେ ମହା ଆଲତୀ ଅନୁଷ୍ଠିତ ହୋଇଛି। ଅପରାହ୍ନ ରେ ଅନ୍ଧବାବା ପରିକ୍ଷିତ ମହାରାଜ ଙ୍କ ପ୍ରବଚନ ଏବଂ ସନ୍ଧ୍ୟାରେ ତଲାବିରା ମହିଳା କୃଷ୍ଣଗୁରୁ ପରିବେଷିତ ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଆକର୍ଷଣୀୟ ମୀନାବଜାର ରେ ଦର୍ଶକ ଙ୍କ ଭୀଡ ପରିଲକ୍ଷିତ ହେଉଛି। ଗୁରୁବାର ଦିନ ରାଜୁ ନାୟକ ମିସ୍ତ୍ରୀ ଅନ୍ନ ପ୍ରସାଦ ପ୍ରଦାନ କରିଥିଲେ। ମନ୍ଦିର ଏବଂ ଯଜ୍ଞସ୍ଥଳ କୁ ଆକର୍ଷଣୀୟ ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!