ମହିଳା ଚାଷୀ ରାମବାଇଙ୍କ ଝିଅ ବାହାଘର, କନ୍ୟାଦାନ କଲେ ସାମ୍ବାଦିକ ପ୍ରଫୁଲ୍ଲ

0

ବରଗଡ଼,7/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଜମୂର୍ଡା ଗ୍ରାମର ଆଦର୍ଶ ମହିଳା ଚାଷୀ ରାମବାଇ ଦାସ ନାରୀ ସ୍ୱାବଲମ୍ବନଶୀଲତା ଓ ସଶକ୍ତିକରଣର ସଚ୍ଚା ପ୍ରତୀକ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବରଗଡ଼ ଗସ୍ତ ସମୟରେ ତାଙ୍କୁ ଡାକରା ଆସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ସ୍ଵତନ୍ତ୍ର ଭାବେ ଭେଟି ଥିଲେ । ସେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି । ସ୍ବର୍ଗତ ଶାନ୍ତନୁ ବିଶ୍ଵାଳ ସେସମୟରେ ତାଙ୍କ ଉପରେ ଦୂରଦର୍ଶନ ତଥା ବିଭିନ୍ନ ଟିଭି ପାଇଁ ବୃତ୍ତଚିତ୍ର କରି ପ୍ରସାରିତ କରିଥିଲେ । ସେ ରାଜ୍ୟସ୍ତରୀୟ ପ୍ରଦ୍ୟୁମ୍ନ ବଳ କୃଷି ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କ ଝିଅ ପୁଷ୍ପାଞ୍ଜଳୀ ମଧ୍ୟ ଛୋଟ ଦିନଠୁଁ ବାପାଙ୍କୁ ହରାଇ ମାଙ୍କ ସହ ସଂଘର୍ଷରେ କାଳାତିପାତ କରି ଆସୁଥିଲେ । ସେ କଲେଜ ଶିକ୍ଷା ସାରି ନର୍ସିଂ ଟ୍ରେନିଂ ଶିକ୍ଷା ଗ୍ରହଣ କରି ସମ୍ବଲପୁରରେ ଏକ ଘରୋଇ ଡାକ୍ତରଖାନା ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ଆଜି ତାଙ୍କ ବାହାଘର ଥିବା ବେଳେ, ସମ୍ବଲପୁରର ପ୍ରଗତିବାଦୀ ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାଶ ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁଲତା ଦାଶ କନ୍ୟାଦାନ କରିଥିଲେ । ପୁଷ୍ପାଞ୍ଜଳି ର ବାହାଘର ଏକ ନିଆରା ଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ମିଲେଟ, ମାଣ୍ଡିଆ, ବାଜରା ଆଦି ରେ ମଣ୍ଡପ କୁ ସବୁଜ ପରିବେଶ ରେ ସଜାଯାଇଥିଲା । ସେମାନେ ଛତିଶଗଡ଼ ର ପରମ୍ପରାକୁ ମାନୁଥିଲେ ହେଁ, ବୈଦିକ ରୀତି ନୀତି ରେ ହୋମ ଆଦି କରି ବିବାହ ସମ୍ପର୍ଣ୍ଣ କରିଥିଲେ । ବାଙ୍ଗାଳୁରୁ ର ଜୁହାର ପରିବାର ଓ ତାର ସମ୍ବଲପୁର ଶାଖା ର କର୍ମକର୍ତ୍ତା ମାନେ ବିବାହ ଉତ୍ସବକୁ ଆୟୋଜନ କରିଥିଲେ । ଛତିଶଗଡ ର ରାଜ୍ୟପାଳ କିଞ୍ଚିତ ଆର୍ଥିକ ସାହାଯ୍ୟ କରି ଆଶୀର୍ବାଦ ଦେଇଥିବାବେଳେ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ସମେତ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି, ସାମ୍ବାଦିକଗଣ ଯୋଗଦେଇ ଝିଅ ଜଇଁ ଙ୍କୁ ଆଶୀର୍ବାଦ ଦେଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!