ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା

0

ଭେଡେନ,6/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲା ଭେଡେନ ହସପିଟାଲ ଛକ ସ୍ଥିତ ନବନିର୍ମିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ବୁଧବାର ମଧ୍ୟାହ୍ନ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଶହଶହ ପୁରୁଷ ମହିଳା ନବନିର୍ମିତ ମନ୍ଦିର ଯଜ୍ଞସ୍ଥଳ ରୁ ବାହାରି ଭେଡେନ ବସଷ୍ଟାଣ୍ଡ ତଲିପଡା ବସ୍ତି ପରିକ୍ରମା କରି ଦନ୍ତା ନଦୀ ଘାଟ କୁ ଯାଇ କଳସ ଆବାହନ କରି ପୁଣି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳ ରେ ସ୍ଥାପନ କରିଥିଲେ। ଏହି କଳସ ଆବାହନ କାର୍ଯ୍ୟକ୍ରମ ରେ ମନୋଜ ରଥ ଯଶୋବନ୍ତୀ ରଥ ମୁଖ୍ୟ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଲେ ପ୍ରଶାନ୍ତ ମହାପାତ୍ର, ନନ୍ଦିତା ମହାପାତ୍ର , କ୍ଷୀରେଶ୍ବର ବେହେରା, କଳ୍ପନା ବେହେରା, ସୁଶାନ୍ତ ମହାପାତ୍ର, ପ୍ରିତୀ ମହାପାତ୍ର , ସୁଜୟ ମେହେର, ସୁନୟନା ମେହେର , ପ୍ରଦୀପ ମେହେର, ନିଳିମା ମେହେର, ପପୁ ପାଣ୍ଡେ, ନିଳିମା ପାଣ୍ଡେ, ଲକ୍ଷ୍ମଣ ସାଥୁଆ, ଗୋଳାପି ସାଥୁଆ, ଛାୟାକାନ୍ତ ବେହେରା, କୋଶଲ୍ଯା ବେହେରା, ପିଣ୍ଟୁ ମେହେର, ଭୂମିସୁତା ମେହେର, ପ୍ରବୀଣ କର, ପ୍ରାଚୀ କର, ରଞ୍ଜନ କର୍ତ୍ତୀ ଏବଂ ହେମାଙ୍ଗିନୀ କର୍ତ୍ତୀ ସହଯୋଗୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ପଣ୍ଡିତ ପ୍ରେମ ପ୍ରକାଶ ପୁରୋହିତ, ଜୟନାରାୟଣ ପାଢୀ, ପ୍ରଭାସ ରଥ, ପାଣ୍ଡବ ଦେହେରୀ ପୂଜାର୍ଚ୍ଚନା ମନ୍ତ୍ରପାଠ କରିଥିଲେ। ଏହି କଳସ ଶୋଭାଯାତ୍ରାରେ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୋଭାଯାତ୍ରାରେ ବସ୍ତି ପରିକ୍ରମା କରିଥିଲେ। ବ୍ଳକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ଉପାଧ୍ୟକ୍ଷ ଡୋଲାମଣି ଖେତି ଜିଲ୍ଲା ପରିଷଦ ସଭ୍ୟା ପଦ୍ମିନୀ ଗଡତିଆ, ସଭ୍ୟ ସତ୍ୟଜିତ ପୁରୋହିତ, ବ୍ଳକ ବିଜେଡି ସଭାପତି ହରିଶଙ୍କର ବେହେରା, ସରପଞ୍ଚ ଅକ୍ଷୟ ନାୟକ, ସୁରେନ୍ଦ୍ର କର୍ମୀ ସମିତି ସଭ୍ୟା ଲକ୍ଷ୍ମୀ ଭୁଏ ଙ୍କ ସମେତ ବହୁ ରାଜନେତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳସ ଯାତ୍ରା ରେ ସାମିଲ ହୋଇଥିଲେ। ଏହି କଳସଯାତ୍ରା ରେ ସତଲମା ଘଣ୍ଟବାଦ୍ଯ ଦଳ, ଅଛାଣ୍ଡପାଲି ମହିଳା ସଂକୀର୍ତନ୍ଯ ଦଳ ଭାଗ ନେଇଥିଲେ। ଅପରାହ୍ନ ରେ ଅରକ୍ଷିତ ମହାରାଜ ଅନ୍ଧବାବା ଙ୍କ ପ୍ରବଚନ ଏବଂ ସନ୍ଧ୍ୟାରେ କୀର୍ତ୍ତନ ଧାରା ସଂକୀର୍ତନ୍ଯ ପରିବେଷିତ ହୋଇଥିଲା। ମଧ୍ୟାହ୍ନ ରେ ଗୌର ଦେହେରୀ ଅନ୍ନ ପ୍ରସାଦ ପ୍ରଦାନ କରିଥିଲେ। ଆସନ୍ତା କାଲି ଠାରୁ ଯଜ୍ଞ ଆରମ୍ଭ ହୋଇ ୧୦ ତାରିଖ ରେ ପୂର୍ଣ୍ଣାହୁତୀ, ବିଗ୍ରହ ପ୍ରତିଷ୍ଠା ମନ୍ଦିର ପ୍ରବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Leave a Reply

Your email address will not be published. Required fields are marked *

error: Content is protected !!