ସମ୍ବିଧାନ ପ୍ରଣେତା ଡ.ବି.ଆର୍.ଆମ୍ବେଦକରଙ୍କ ୬୮ତମ ପରିନିର୍ବାଣ ଦିବସ ପାଳନ

0

ଗୋଡଭଗା,୦୬/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) ଆଜି ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନଠାରେ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୬୮ତମ ପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ଯୋଗଦେଇ ଥିଲେ। ଅନ୍ଯମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ କୈଳାସ ମହାରଣା ଓ ସମ୍ବଲପୁର ମୁସଲିମ୍ ଫୋରମ୍ ସଭାପତି ଏମ୍.ଡି. ନବାବ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମ୍ବଲପୁର ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ ଗୀତିକାର ଶିବଶଙ୍କର ପଧାନ ସଂଯୋଜନା କରିଥିବା ବେଳେ । ମମିନା ଖାତୁନ୍ ଧନ୍ୟବାଦ ଦେଇଥିଲେ। ବୈଠକ ପରିଚାଳନାରେ ସହଯୋଗ କରିଥିଲେ ଇନ୍ତିକାବ, ଅର୍ଜୁନ ମେହେର ଓ ସୁନୀଲ ହଂସ।


Leave a Reply

Your email address will not be published. Required fields are marked *

error: Content is protected !!