ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ମାନିତ ହେଲେ ସମାଜସେବୀ ନିହାଲ ସିଂ

0

ଗୋଡଭଗା, ୪/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) – ରବିବାର ଅନ୍ତରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମଣ୍ଡପଠାରେ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କଦାସ ମହାପାତ୍ର ,ସମ୍ମାନୀତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ଡ଼ିଏସଓ ଥବୀରା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ସଭାରେ ଅତିଥିମାନେ ଏହି ପରିପ୍ରେକ୍ଷୀରେ ନିଜସ୍ୱ ବକ୍ତବ୍ୟ ରଖି କହିଥିଲେ ଯେ ଦିବ୍ୟାଙ୍ଗମାନେ ବିଭିନ୍ନ କ୍ଷେତ୍ରରେ ସମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଚାଲିଛନ୍ତି। ଶାରୀରିକ ଅକ୍ଷମତା ବ୍ୟକ୍ତିଗତ ଉନ୍ନତି ଓ ସଫଳତାରେ ଆଦୌଁ ପ୍ରତିବନ୍ଧକ ନୁହେଁ। ମନୋବଳ ଉପରେ ସବୁ ନିର୍ଭର କରେ। ତେଣୁ ସେମାନେ ଯେପରି ଆତ୍ମସମ୍ମାନ ଓ ଆତ୍ମବିଶ୍ବାସ ସହ ଆଗକୁ ବଢିପାରିବେ ସେହି ଦିଗରେ ସମାଜ ଏବଂ ପରିବାର ସେମାନଙ୍କୁ ଉତ୍ସାହିତ କରିବା ଆଜିକା ସମୟର ଆବଶ୍ୟକତା ଅଟେ।


Leave a Reply

Your email address will not be published. Required fields are marked *

error: Content is protected !!