ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭସ୍ତମ୍ଭ ସ୍ଥାପିତ

0

ଭେଡେନ, 3/12- ବରଗଡ଼ ଜିଲ୍ଲା ଭେଡେନ ହସପିଟାଲ ଛକ ସ୍ଥିତ ନବନିର୍ମିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ରବିବାର ମଧ୍ୟାହ୍ନ ରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରେ ମନୋଜ ରଥ ସପତ୍ନୀକ ମୁଖ୍ୟ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଲେ ପ୍ରଶାନ୍ତ ମହାପାତ୍ର, କ୍ଷୀରେଶ୍ବର ବେହେରା, ସୁଶାନ୍ତ ମହାପାତ୍ର, ସୁଜୟ ମେହେର, ପ୍ରଦୀପ ମେହେର, ପ୍ରଦ୍ଯୁମ୍ନ ପାଣ୍ଡେ, ଉମାକାନ୍ତ ସାଥୁଆ, ଛାୟାକାନ୍ତ ବେହେରା, ପିଣ୍ଟୁ ମେହେର ସପତ୍ନୀକ ସହଯୋଗୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ପଣ୍ଡିତ ପ୍ରେମ ପ୍ରକାଶ ପୁରୋହିତ, ଜୟନାରାୟଣ ପାଢୀ, ପ୍ରଭାସ ରଥ ପୂଜାର୍ଚ୍ଚନା ମନ୍ତ୍ରପାଠ କରିଥିଲେ। ଏହାସହ ଯୁପ ଆବାହନ ବରଣ କରାଯାଇ ଯଜ୍ଞ ମଣ୍ଡପ ରେ ସ୍ଥାପନ କରାଯାଇଛି। ପରେ ସମସ୍ତ କର୍ତ୍ତା ପୁରୋହିତ ପ୍ରତିଷ୍ଠା କମିଟି ର ସଦସ୍ୟ ପୁରୁଷ ମହିଳା ମାନେ ଏକ ଭବ୍ଯ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଭିନ୍ନ ମନ୍ଦିରରେ ଦେବ ନିମନ୍ତ୍ରଣ କରିଥିଲେ। ଆସନ୍ତା ୬ ତାରିଖ ରୁ କଳସ ଆବାହନ ସହ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ ଦିବସ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୀର୍ତନ୍ଯ ଧାରା, ମହିଳା କୃଷ୍ଣଗୁରୁ, ଅର୍ଚ୍ଚନା ପାଢୀ ଅର୍କେଷ୍ଟ୍ରା ହେବାର କାର୍ଯ୍ୟକ୍ରମ ଥିବା ମନ୍ଦିର ପ୍ରତିଷ୍ଠା କମିଟି ସୁତ୍ରରୁ ଜଣାପଡିଛି।


Leave a Reply

Your email address will not be published. Required fields are marked *

error: Content is protected !!