ଅତାବିରା ହୋଲି ହାର୍ଟ୍ସ ପବ୍ଲିକ ସ୍କୁଲ ହେଲୋ କିଡ୍ସର ଅଷ୍ଟମ ବାର୍ଷିକୋତ୍ସବ, ” ମାଆ ହାତେ ଛୁଆର ଭବିଷ୍ୟତ” : ସ୍ନେହାଙ୍ଗିନୀ
ସରଣ୍ଡା,3/12(ସଂସ୍କୃତି ମିଡ଼ିଆ ବ୍ୟୁରୋ ) – ବରଗଡ଼ ଜିଲା ଅତାବିରା ସ୍ଥିତ ହୋଲି ହାର୍ଟ୍ସ ପବ୍ଲିକ ସ୍କୁଲ ‘ ହେଲୋ କିଡ୍ସ ର ଅଷ୍ଟମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଶନିବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ର ନିର୍ଦ୍ଧେଶକ ସମ୍ମିତ ପ୍ରଧାନ ଓ ତାଙ୍କ ସହଧର୍ମିଣୀ ଜୁଲି ପ୍ରଧାନଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଥିଲେ l ଶିକ୍ଷୟିତ୍ରୀ ରେଶମା ପ୍ରଧାନ ଓ ଅନୁସୟା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ରବୀନ୍ଦ୍ର ପୁଝାରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ l
ବିଦ୍ୟାଳୟର କୁନିକୁନି ଛାତ୍ରୀଛାତ୍ରମାନେ 16 ପ୍ରକାର ନୃତ୍ୟ, 12ମାସରେ ଥିବା 13 ପର୍ବପର୍ବାଣୀ ଉପରେ ଗୀତିନାଟ୍ୟ ଅତି ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ l ମୁଖ୍ୟଅତିଥି କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ l ଶିକ୍ଷୟତ୍ରୀ ଏମ. ରଜିତା ରାଓ ଧନ୍ୟବାଦ ଅର୍ପଣ କରିଥିଲେ l
ମୁଖ୍ୟଅତିଥି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘ ଆମ ସମସ୍ତଙ୍କ ଉତ୍ତମ ଦାୟିତ୍ୱ ଅଛି ସମାଜରେ ଶିକ୍ଷାର ବିକାଶ କରିବା l ଆମେ ସମସ୍ତେ ଜାଣୁ ସମାଜରେ ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ହୋଇପାରିବ l ଛୁଆର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷା l ଆଉ ଶିଶୁର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଥମେ ମାଆମାନଙ୍କ ଗୁରୁଦାୟିତ୍ୱ ରହିଛି l ମାଁ ଶକ୍ତିଦାୟିନୀ, ସ୍ନେହମୟୀ, ମମତାମୟୀ ସେହି ମାଆର ହୃଦୟ ଭିତରେ ସବୁ ଦକ୍ଷତାର ପ୍ରତିଭା ରହିଛି, ତାର ଛୁଆର ଭବିଷ୍ୟତ ଗଠନ ପାଇଁ l ଏ ସମାଜରେ ବଞ୍ଚିବା ପାଇଁ, ଏ ସମାଜରେ ଅନୁକୂଳ ପରିସ୍ଥିତିରେ ଚାଳି ପାରିବା ପାଇଁ ଏବଂ ସମାଜରେ ଜଣେ ଭଲ ମଣିଷ ହୋଇ ରହିବାକୁ ସବୁଠୁଁ ଗୁରୁତ୍ୱପୂର୍ଣ ପୂର୍ଣ୍ଣ କାମ ହେଉଛି ମାଆମାନଙ୍କ l ଗୋଟିଏ ମାଆ ଯଦି ଚାହିଁବ ତାର ଛୁଆକୁ ସମାଜର ଗୋଟିଏ ଭଲ ମଣିଷ ଏବଂ ଭଲ ବ୍ୟକ୍ତି ଭାବେ ଠିଆ କରାଇ ତାର ଭବିଷ୍ୟତ ଉଜ୍ଜଳ କରିପାରିବେ l ହୁଏତ ସେହି ଛୁଆଟି ପଇସା କମାଇ (ରୋଜଗାର ) କରି ନ ପାରେ ହେଲେ ସେହି ଛୁଆ ସମାଜର ବଟବୃକ୍ଷ ଭଳି ସମାଜକୁ ଛାଇଁ ଦେଇପାରିବ’ ବୋଲି କହିଥିଲେ l