ଟୁନୁ ପଣ୍ଡା ସ୍ମାରକୀ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ଆଜି ରାତ୍ରିରେ ଫାଇନାଲ
ସରଣ୍ଡା, 3।12(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶନିବାର ରାତ୍ରିରେ ଉଦ୍ଘାଟିତ ହୋଇଯାଇଛି। ସଂଘର ସଭାପତି ସିଦ୍ଧାର୍ଥ ଶଂକର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସମ୍ମାନିତ ଅତିଥି ଭାବେ ଦୁର୍ଗାପ୍ରସାଦ ଛୁରିଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର କାନ୍ତି ମିଶ୍ର, ଏନ୍ଏସି ନିର୍ବାହୀ ଅଧିକାରୀ ଡ଼ା.ସତ୍ୟନାରାୟଣ ତାଣ୍ଡି, ଅଧ୍ୟକ୍ଷ ବନମାନି ବରିହା, ଉପାଧ୍ୟକ୍ଷା ଅନୁସୟା ବିଶ୍ବାଳ, ନବୀନ ଦାଶ, ଦିବାକର ପ୍ରଧାନ, ଫକିର କର୍ଣ୍ଣ, କାଉସିଲର, ତ୍ରିଲୋକ୍ୟ ନାୟକ, ପାର୍ଥସାରଥୀ ପଣ୍ଡା, ଜିତେନ୍ଦ୍ର ଦାଶ ଯୋଗ ଦେଇଥିଲେ।
ପ୍ରଥମ ମେଚ୍ ରାଉଲକେଲାର ସଲିମ ଓ ପାଟନର୍ ରାକେଶ ଏବଂ ବଲାଂଗୀରର ଚିଣ୍ଟି ଓ ପାଟନର୍ ଇର୍ଫାନ୍ ମଧ୍ୟରେ ହୋଇଥିଲା। ଖେଳ ପରିଚାଳନା ଆରମ୍ଭ କରିଥିଲେ ଗଂଗାଧର ବେହେରା, ପ୍ରଦୀପ ପାଣିଗ୍ରାହୀ ଓ ବାବଲୁ ପ୍ରଧାନ। ଆଜି ରବିବାର ରାତ୍ରିରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଏଥିରେ ବହୁ କ୍ରୀଡ଼ା ପ୍ରେମୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଭରପୂର ମଜା ଉଠଉଛନ୍ତି l