ଲରମ୍ଭା କଲେଜ ପକ୍ଷରୁ ଯୌତୁକ ଉପରେ ଆଧାରିତ ନାଟକ ଉକିଆ ମଞ୍ଚସ୍ଥ

0

ଗୋଡଭଗା: ତା.୦୨/୧୨ (ସଂସ୍କୃତି ମିଡିଆ ବ୍ୟୁରୋ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲରମ୍ଭା କଲେଜଠାରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ‘ଯୁବ ଓଡିଶା ନବୀନ ଓଡିଶା’ ଦ୍ବାରା ଆୟୋଜିତ ସାମାଜିକ କାର୍ଯ୍ୟକ୍ରମରେ ଯୈାତୁକ ପ୍ରଥାକୁ ଆଧାରକରି ଆଜି ଏକ ସଚେତନ ଧର୍ମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଏହାର ଶୁଭାରମ୍ଭ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଶୋଭାଯାତ୍ରାଟି କଲେଜ ପରିସରରୁ ବାହାରି ଲରମ୍ଭା ଓ ଅମସ୍ତଲା ଗ୍ରାମ ପରିକ୍ରମା କରିଥିଲା। ଲରମ୍ଭା ଗ୍ରାମରେ ଯୈାତୁକ ପ୍ରଥା ଉପରେ ପର୍ଯ୍ୟବେଶିତ ଏକ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ‘ଉକିଆ’ ମଞ୍ଚସ୍ଥ ହୋଇଥିଲା। ଏଥିରେ ଲରମ୍ଭା ଗ୍ରାମ ପଂଚାୟତର ସମିତି ସଭ୍ୟା ଶ୍ରୀମତୀ ସୁମିତ୍ରା ରଣା ଓ ଲରମ୍ଭା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିନୟ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଯୌତୁକ ନେବା ଓ ଦେବା ଏକ ଅପରାଧ ବୋଲି କହିବା ସହ ଏହାର କୁପରିଣାମ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ପଥପ୍ରାନ୍ତ ନାଟକଟି ଦର୍ଶକ ମହଲରେ ଖୁବ୍ ପ୍ରଶଂସିତ ହୋଇଥିଲା। ଏହି ନାଟକର ନିର୍ଦ୍ଦେଶିକା ଥିଲେ ଅଧ୍ୟାପିକା ପାଟମଂଜରୀ ସାହୁ। ଏଥିରେ ସମସ୍ତ ନୋଡାଲ ଅଫିସର ଓ କଲେଜ କର୍ମଚାରୀ ସହଯୋଗ କରିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!