ଲରମ୍ଭା ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ
ଗୋଡଭଗା:୨/୧୨ (ସଂସ୍କୃତି ମିଡିଆ ବ୍ୟୁରୋ ) ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏକ ଶୋଭାଯାତ୍ରା ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଧର୍ମୀ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଲରମ୍ଭା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ପ୍ଲାଏକାର୍ଡ, ବ୍ୟାନର ଓ ସ୍ଲୋଗାନା ସହ ଏଡସମୁକ୍ତ ସମାଜ ଗଠନର ଡାକରା ଦିଆଯାଇଥିଲା। ଏଥିରେ ଓ୍ବାଆରସି, ଏନଏସଏସ ଓ ଏନସିସି ର ସମସ୍ତ ଅଧିକାରୀ, ସ୍ବେଚ୍ଛାସେବୀ ଓ କର୍ମଚାରୀ ଯୋଗଦେଇଥିଲେ। ପଥପ୍ରାନ୍ତରେ ତଥା ଗ୍ରାମ ଭିତରେ ଏଡସ୍ ର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରି ସମାଜରୁ ଏଡସ୍ ରୋଗକୁ ମୂଳୋତ୍ପାଟନ କରିବା ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ।