ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

0

ଅତାବିରା,୧/୧୨(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ପରିବର୍ତ୍ତନ ଶିଳ ସମୟ ଚକରେ ଆଜି ଦୁନିଆଁଟା ବହୁଳ ଭାବରେ ବଦଲିବାକୁ ବସିଥିବା ବେଳେ ପୂର୍ବର ସେ ସମୟ, ବ୍ୟକ୍ତି ବିଶେଷ ଆଉ ନାହାନ୍ତି। ସମସ୍ତେ ଆଜି ମତଲବି। ସ୍ୱାର୍ଥପର ମଣିଷ ଠୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତେ ଫାଇଦା ଉଠାଇ ନେବାକୁ ତତ୍ପର।ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି ଆଜି ନିଜ ଲୋକ ସାଜୁଛନ୍ତି ଶତ୍ରୁ।ଅପରପକ୍ଷରେ ଓଡ଼ିଶା ସରକାର ତଥା କର୍ମଚାରୀଙ୍କ କଥା ନ କହିଲେ ଭଳ। ଗରିବ ଲୋକଙ୍କ ପାଇଁ କରାଯାଉଥିବା ଶହ ଶହ ଯୋଜନା ଆଜି ନାମକୁ ମାତ୍ର,ତାର ଉପକାର ସାଧିତ ହେଉନାହିଁ। ଏହି ପରିପ୍ରେକ୍ଷୀ ରେ ଓଡ଼ିଶା ସରକାରଙ୍କର ଅନ୍ୟ ଏକ ବିଡ଼ମ୍ବନା ହେଲା ମଦ ବିକ୍ରି କୁ ପ୍ରୋତ୍ସାହନ ଦେବା। ରାଜସ୍ବ ବୃଦ୍ଧି ନିମନ୍ତେ ଆଜି ସରକାର ମଦକୁ ପ୍ରାଧାନ୍ୟ ଦେଉଥିବା ଯୋଗୁଁ ରାଜ୍ୟରେ ସଡ଼କ ଦୁର୍ଘଟଣା, ଚୋରି, ଡକାୟତି, ହତ୍ୟା,ଲାଞ୍ଚ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଲୋକେ ଜମିବାଡ଼ି,ଧନ ସମ୍ପତ୍ତି ବିକ୍ରି କରି ମଦ ପିଇବା ଯୋଗୁଁ ତାଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇଗଲାଣି।ଅତି ଚିନ୍ତାର ବିଷୟଟି ହେଲା,ମଦ ବୋତଲକୁ ମଦୁଆ ମାନେ ଚାଷ ଜମିରେ ଫିଙ୍ଗିଦେଉ ଛନ୍ତି। ଯାହା ଚାଷୀ ପାଇଁ ଘୋର ବିପଦ ର ସଂକେତ। ଚାଷଜମି ଉପରେ ବୋତଲ ଫାଟି କାଚ ପଡ଼ିବା ଯୋଗୁଁ ଉଭୟ ଚାଷୀ ଏବଂ ଗାଈ ଗୋରୁଙ୍କ ପାଇଁ ତାହା ହାନିକାରକ।ତେଣୁ ଉପରୋକ୍ତ ଏହି ସବୁ ସମସ୍ୟା କୁ ଆଖି ଆଗରେ ରଖି ପଶ୍ଚିମ ଓଡ଼ିଶା ର ଅଗ୍ରଣୀ ଚାଷି ସଂଗଠନ ‘”ଓଡ଼ିଶା ରାଜ୍ୟ କୃଷକ ସଂଗଠନ”ବ୍ଲକ ସଭାପତି ହାରା ଧନ ପ୍ରଧାନ ଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଅବକାରୀ ମନ୍ତ୍ରୀଙ୍କୁ ଅତାବିରା ବ୍ଲକ୍ ଅବକାରୀ ବିଭାଗଙ୍କ ମଧ୍ୟବର୍ତ୍ତୀତାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ନିଜସ୍ବ ରାଜସ୍ବ ବୃଦ୍ଧି ନିମନ୍ତେ ମଦ ଦୋକାନକୁ ବୃଦ୍ଧି କରିବାକୁ ପ୍ରୋତ୍ସାହନ ଦେଉଛନ୍ତି।ଯ ଦ୍ଵାରା ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବୃଦ୍ଧି ଘଟି ମଦ ବିକ୍ରିରେ ରାଜସ୍ବ ବୃଦ୍ଧି ପାଉଛି।ଫଲରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଚୋରି ଡକାୟତି ହତ୍ୟା ଲାଞ୍ଚ କାରବାର ,କୋର୍ଟ କଚେରୀ ଆଦି ମାମଲା ବୃଦ୍ଧି ପାଉଛି।ଏହାକୁ ଆଖି ଆଗରେ ରଖି ସରକାର ମଦୁଆ ଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ‘ତରଫରୁ ଦାବି କରାଯାଇଛି।ଏବଂ ଯେଉଁ ମାନଙ୍କ ପରିଚୟ ପତ୍ର ଥିବ କେବଳ ସେମାନଙ୍କୁ ମଦ କିଣିବା ତଥା ପିଇବାକୁ ଅନୁମତି ଦିଆଯାଉ।ଫଲରେ ଯାହାର ପରିଚୟ ପତ୍ର ଥିବ ତାକୁ ରାସ୍ତା ରେ ଚିହ୍ନଟ କରିବା ପାଇଁ ମେସିନ ର ସହାୟତା ନେବାକୁ ପଡିବ ନାହିଁ ବୋଲି ଉଲ୍ଲେଖ କରିଛି ଓଡ଼ିଶା ରାଜ୍ୟ କୃଷକ ସଂଗଠନ।ପ୍ରକୃତରେ ଦେଖିବାକୁ ଗଲେ ଏହି ସମସ୍ୟାର ସମାଧାନ ନିହାତି ଜରୁରୀ ଅଟେ।ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ପିଢ଼ି ଏବଂ ଦେଶ ପାଇଁ ଏହା ଘୋର ବିପଦ ସୃଷ୍ଟି କରିବ।ଏଥିରେ ସଂଗଠନ ର ବସନ୍ତ ବାରିକ,ଭୂଷଭାନୁ ସାହୁ,ଲୋକେଶ୍ୱର୍ ପ୍ରଧାନ ପ୍ରମୁଖ ଙ୍କ ସହ ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!