ପ୍ରକୃତ ହିତାଧିକାରୀ ଯେମିତି ବଞ୍ଚିତ ନ ହେଉ : ବିଜେପି
ଅତାବିରା -ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା ବ୍ଲକକୁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ସାଂସଦ ପ୍ରତିନିଧି ଜୁବରାଜ ପ୍ରଧାନ, ବରିଷ୍ଠ କାର୍ଯ୍ଯ କର୍ତ୍ତା ପ୍ରମୋଦ ରଥ, ରାମକୃଷ୍ଣ ପଶାୟତ୍, ରାମଚନ୍ଦ୍ର ବଘାର, ମୁକୁଲ ସାହୁ, ତରଣୀ ମହାପାତ୍ର, ଭିଷ୍ମଦେବ ମହାପାତ୍ର ଏବଂ ବିଜେପିର ଅନ୍ଯାନ୍ଯ ସଦସ୍ଯ ବ୍ଲକ ଉନ୍ନୟନ ଅଧିକାରୀ ସୂର୍ଯ୍ୟ ନାୟକଙ୍କ ସହିତ ସାକ୍ଷାତ କରି ସାଂସଦ ପାଣ୍ଠିରୁ ଦିଆଯାଇଥିବା ପାଣ୍ଠିର ଠିକ୍ ସମୟ ମଧ୍ୟରେ କାର୍ଯ୍ଯ ସମ୍ପାଦନ କରିବା ନିମନ୍ତେ ଏବଂ କେନ୍ଦ୍ର ସରକାର କିମ୍ବା ରାଜ୍ଯ ସରକାରଙ୍କର ଯୋଜନାରୁ ପ୍ରକୃତ ହିତାଧିକାରୀ ଯେମିତି ବଞ୍ଚିତ ନ ହେବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l