କେନ୍ଦପାଲିରେ ବିଶ୍ୱ କଲ୍ୟାଣ ମହାଯଜ୍ଞ

0

ସରଣ୍ଡା,30/11(ସଂସ୍କୃତି ମିଡ଼ିଆ ବ୍ୟୁରୋ ) ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କେନ୍ଦପାଲି ଗ୍ରାମରେ ବୁଧବାର ସାର୍ବଜନୀନ ବିଶ୍ୱ କଲ୍ୟାଣ ମହାଯଜ୍ଞ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ହରିୟାନା ର ସ୍ୱାମୀ ବିଶୁଧାନନ୍ଦ ସରସ୍ୱତୀ, ଗଙ୍ଗୋତ୍ରୀ ହିମାଳୟର ଆନନ୍ଦ ସ୍ୱାମୀ, ନରସିଂହନାଥ କପିଳମୁନି ଆଶ୍ରମର ସମବେତ ସରସ୍ୱତୀ ପ୍ରମୁଖ ଯୋଗ ଦେଇ ପ୍ରବଚନ ପ୍ରଦାନ କରିଥିଲେ l ଏଥିରେ ପଣ୍ଡିତ ଅଗ୍ନିହୋତ୍ରୀ ଗୌତମ ମୁନି ପୌରହିତ୍ୟ କରିଥିବା ବେଳେ ମାନଭଞ୍ଜନ ଆର୍ଯ୍ୟ ସହଯୋଗ କରିଥିଲେ l ଅଭିମନ୍ୟୁ ପ୍ରଧାନ ଜଜମାନ ଦାୟିତ୍ୱ ବହନ କରିଥିଲେ l ଯଂଜ୍ଞରେ କେନ୍ଦପାଲି ଭଜନ ମଣ୍ଡଳୀ ଓ ଗ୍ରାମବାସୀଙ୍କ ସମେତ ଗୋଡ଼ଭଗା ପ୍ରଭୁଭକ୍ତି ଆଶ୍ରାମର ସଦସ୍ୟ ମାନେ ସହଯୋଗ କରିଥିଲେ l ଏଥିରେ ବହୁ ଜନସାମାଗମ ହୋଇଥିଲା l


Leave a Reply

Your email address will not be published. Required fields are marked *

error: Content is protected !!