ଅତାବିରା କଲେଜରେ ଯୁବମୋର୍ଚା ଜିଲ୍ଲା ଭାଜପା ସଭାପତିଙ୍କ ଉପସ୍ଥିତିରେ ନୂତନ ଭୋଟର ପଞିକରଣ କାର୍ଯ୍ୟକ୍ରମ

0

ସରଣ୍ଡା,30/11- (ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ ଜିଲ୍ଲା ଅତାବିରା କଲେଜରେ ଗୁରୁବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନୂତନ ଭୋଟର ପଞିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତା ପାର୍ଟି ଯୁବମୋର୍ଚା ଜିଲ୍ଲା ସଭାପତି ଅମିତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା l ଯେଉଁ ମାନଙ୍କ ବୟସ 17 ବର୍ଷରୁ ଉର୍ଦ୍ଧ୍ବ ବୟସ ହୋଇଯାଇଛି ସେମାନଙ୍କ ନାମ ନୂତନ ଭୋଟର ତାଲିକାରେ ପଞିକରଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଯୁଧିଷ୍ଠିର ମେହେର, ରାଜ୍ୟ ସୋସିଆଲ ମିଡିଆ ସହସଂଯୋଜିକା ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ, ବିଜେପି ଜିଲ୍ଲା ସଂଯୋଜକ ଶ୍ରବଣ କୁମାର ପରିଛା, ଅତାବିରା ଏନଏସି ବିଜେପି ସଭାପତି ସୁରେନ୍ଦ୍ର ସ୍ଥାଇଁ, ସୌରଭ ସାହୁ, ପୁଷ୍ପକ ଗାଇଗରିଆ, ନିରୋଜ ବାରିକ, ଅମିତ ସାହୁ, ରାଜ ଅଗ୍ରଓ୍ୱାଲ, ବିରେନ ହୋତା, ବିଦ୍ଯାଧର ପ୍ରଧାନ, ବ୍ରଜମୋହନ ନାୟକ ଏବଂ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!