ଲସ୍ତଲାରେ ଅତାବିରା ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩ ଉଦଯାପିତ

0

ସରଣ୍ଡା,29/11(ସଂସ୍କୃତି ମିଡ଼ିଆ ବ୍ୟୁରୋ ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅତାବିରା ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରଜ ପଟ୍ଟନାୟକ, ମନାପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁକାନ୍ତି ଦୀପ, ସମିତି ସଭ୍ୟା ପିଙ୍କି ତାଣ୍ଡି ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ତପନ କୁମାର ଦାସ ଓ ରବୀନ୍ଦ୍ର କୁମାର ସାହୁ , ଲସ୍ତଲା ସ୍କୁଲର ପ୍ରଧାନ ଶିକ୍ଷକ ଦେବାନନ୍ଦ ଦେବତା ମଞ୍ଚାସୀନ ଥିଲେ । ଶିକ୍ଷକ ମନୋରଞ୍ଜନ ମିଶ୍ର ଏବଂ ଧରମରାଜ ପ୍ରଧାନ ସଭାକୁ ପରିଚାଳନା କରିଥିଲେ। । ସି.ଆର.ସି.ସି. ନନ୍ଦିଘୋଷ ଭୁଏ ଧନ୍ୟବାଦ୍ ଦେଇଥିଲେ। ଏହି ଅବସରରେ ଅନ୍ୟ ବ୍ଲକ୍ ରୁ ଆସିଥିବା ବିଚାରକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ୧୩୫ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ତାପରେ ଏକ ବିଜ୍ଞାନ ସେମିନାର ର ଆୟୋଜନ ହୋଇଥିଲା । ଏଥିରେ ଉପସ୍ଥିତ ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ତଥା ଅତିଥି ବୃନ୍ଦ ଭାଗ ନେଇଥିଲେ । ଏହି ସେମିନାର ର ଆଲୋଚନା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମୁଖ୍ୟ ବକ୍ତା ସୋହେଲା ମହା ବିଦ୍ୟାଳୟର ଜୋଲୋଜି ପ୍ରାଧ୍ୟାପକ ସୌଭାଗ୍ୟ କୁମାର ପ୍ରଧାନ । ପ୍ରସଙ୍ଗ ଥିଲା ‘ରୋଲ୍ ଅଫ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ଇନ୍ ଦି ଫିଲ୍ଡ ଅଫ ଏଜୁକେସନ ।” ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆତବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଯୋଗଦାନ କରି ଅତାବିରା ବିଜ୍ଞାନ ଫୋରମ୍ ରୁ ପ୍ରକାଶିତ ଅନ୍ୱେଷଣ ବିଜ୍ଞାନ ପତ୍ରିକା ର ତୃତୀୟ ସଂସ୍କରଣ ଉନ୍ମୋଚନ କରିଥିଲେ । ଏହି ସମୟରେ ବିଜ୍ଞାନ ପତ୍ରିକାର ସମ୍ପାଦନା ମଣ୍ଡଲି ର ସଦସ୍ୟ ଧରମରାଜ ପ୍ରଧାନ,ମୁନି ଭୋସାଗର,ନନ୍ଦିଘୋଷ ଭୁଏ,ଋଷିଭ ପଣ୍ଡା, ବଇଲୋଚନ୍ ପ୍ରଧାନ,ଭକ୍ତ କଂହେଇ ଆଦି କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଜ୍ଞାନ ପ୍ରକଳ୍ପରେ ସ୍ମିତରାଣୀ ପ୍ରଧାନ ସ୍ବାସ୍ଥ୍ୟ ପ୍ରସଙ୍ଗରେ ରେ , ମନିଶ ଭୋଇ ଜୀବନ ଶୈଳୀରେ , ସ୍ନେହା ସାହୁ କୃଷି ରେ ସତ୍ୟଜିତ ସାହୁ ଯୋଗାଯୋଗ ଓ ପରିବହନ ରେ ଏବଂ ସ୍ନେହାରାଣୀ ପ୍ରଧାନ ଗାଣିତିକ ଚିନ୍ତନ ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ରେ ଯୋଗଦାନ ପାଇଁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅତାବିରା ବ୍ଲକ୍ ର ସମସ୍ତ ସି.ଆର୍.ସି.ସି. ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ, ଗ୍ରାମର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!