କୋଶଳ ସ୍କୁଲରେ ପ୍ରକଳ୍ପ ପ୍ରଦର୍ଶନୀ ସମାରୋହ
ସରଣ୍ଡା,28/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ନୁଆଁ ଖଇରପାଲି ସ୍ଥିତ କୋଶଳ ଇଂରାଜୀ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ବହୁମୁଖୀ ପ୍ରକଳ୍ପ ପ୍ରଦର୍ଶନୀ ସମାରୋହ ଉଦଯାପିତ ହୋଇଯାଇଛି l ଏଥିରେ ବିଜ୍ଞାନ ବିଭାଗର 20ଟି ଓ ସାମାଜିକ ବିଜ୍ଞାନର 18ଟି ଆଦି 38ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ 700ରୁ ଅଧିକ ଚିତ୍ରକଳା ଓ ହସ୍ତଶିଳ୍ପ କାରିଗରୀ ଛାତ୍ରୀଛାତ୍ରମାନେ ପ୍ରଦର୍ଶନ କରିଥିଲେ l
ଏହି ଅବସରରେ ଲାରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ରାସାୟନ ବିଜ୍ଞାନ ରିଡ଼ର ଡ଼. ପ୍ରମୋଦ କୁମାର ଭୋଇ ମୁଖ୍ୟଅତିଥି ଏବଂ ପ୍ରାଣୀବିଜ୍ଞାନ ଅଧ୍ୟାପିକା କାଦମ୍ବିନୀ ଗୁରୁ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରି ଉଦବୋଧନ ଦେଇଥିଲେ l ଏଥିରେ ବିଦ୍ୟାଳୟର ନିର୍ଦ୍ଦେଶିକା ନଳିନୀ ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶିକା ମଧୁ ପଟ୍ଟନାୟକ, ଅଧ୍ୟକ୍ଷ ରବିନ୍ଦ୍ର ନାଥ ବେହେରା ଏବଂ ବିଦ୍ୟାଳୟର ପରିଚାଳନା କମିଟିର କିଛି ସଦସ୍ୟ ଉପସ୍ଥିତ ରହି ସମସ୍ତ ଭାଗନେଇଥିବା ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ ।