ସକାଳ ପାଇଲେ ସରଣ୍ଡାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ରତ୍ନମୁଦ ମହୋତ୍ସବ : ଅଙ୍କୁରାରୋପଣ ସହ ବନଜାଗ ସମ୍ପର୍ଣ୍ଣ

0

ସରଣ୍ଡା, 23/11( ସଂସ୍କୃତି ମିଡ଼ିଆ ବ୍ୟୁରୋ ) – ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ଶୈବାପୀଠ ରେ ନିର୍ମାଣଧିନ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ଉତ୍ସବ ଆସନ୍ତାକାଲି ତା.24/11/2023 ଶୁକ୍ରବାର ଦିନ ଅନୁଷ୍ଠିତ ହେବ l ଏଥି ସକାଶେ ଗୁରୁବାର ଅଙ୍କୁରାରୋପଣ ସହ ବନଜାଗ ସମ୍ପର୍ଣ୍ଣ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ଓ ସରଣ୍ଡା ଗ୍ରାମ୍ୟ କମିଟି ପକ୍ଷରୁ ମିଳିତ ଭାବେ ଚୂଡାନ୍ତ ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l

ଗୁରୁବାର ସକାଳେ ବାବା ବିଶ୍ୱେଶ୍ୱର ଙ୍କୁ ପୂଜାଅର୍ଚ୍ଚନା କରାଯାଇଛି ଅଙ୍କୁରାରୋପଣ କାର୍ଯ୍ୟ ଓ ଆଜ୍ଞାମାଲ ନେଇ ଅତାବିରା ଗ୍ରାମପତି ମନ୍ଦିରରେ ଥିବା ସାହାଡ଼ା ବୃକ୍ଷ ତଳେ ବନଜାଗ ନୀତି ସମ୍ପର୍ଣ୍ଣ କରାଯାଇଛି l ସେଠାରୁ ସାହାଡ଼ା ଗଛ କାଠ ଘଣ୍ଟା ଶଙ୍ଖ ହୁଳହୁଳି ହରିବୋଲ ଦେଇ ଆଣି ମନ୍ଦିରରେ ବିଶ୍ୱକର୍ମା ବଢ଼େଇ ଯାଦବ ନାଏକଙ୍କ ତତ୍ୱାବଧାନରେ ଇନ୍ଦ୍ର ଇନ୍ଦ୍ରାଣୀ ମୂର୍ତ୍ତି ନିର୍ମାଣ ଶେଷ ହୋଇଛି l

ସନ୍ଧ୍ୟାରେ ସରଣ୍ଡା ଗ୍ରାମ୍ୟ କମିଟିର ସଭାପତି ପ୍ରଶାନ୍ତ ମିଶ୍ର ସଭାପତିତ୍ୱରେ ଚୂଡାନ୍ତ ପ୍ରସ୍ତୁତି ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ସୂଚନା ଅନୁସାରେ ଆସନ୍ତାକାଲି ଶୁକ୍ରବାର କଳସ ଶୋଭାଯାତ୍ରା ଚକୁଳି ଶିବ ମନ୍ଦିରରୁ ସରଣ୍ଡା ଅଷ୍ଟଶମ୍ଭୁ ପୀଠ ସ୍ଥତ ଯଂଜ୍ଞମଣ୍ଡପ ଯାଏଁ ସକାଳ ଘ.୮ଟା ରୁ ଘ.୯.୩୦ଟା ସକାଳ ଘ.୧୧.୩୫ମି. ପରେ ପୂଜାରମ୍ଭ ଘ.୨ଟା. ରୁ ଘ.୨.୩୯ମି. ମଧ୍ୟ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ରହିଛି l ଏଥିରେ ପାହାଡ଼ଶ୍ରିଗିଡା ଓ ବନହର ଗ୍ରାମର ମହିଳା କୀର୍ତ୍ତନ ସହ ଶତାଧିକ ମହିଳା କଳସ ଧାରଣ କରି ଶୋଭାଯାତ୍ରାରେ ସାମିଲ ହେବେ l କର୍ତ୍ତାକର୍ତ୍ତୀ ଭାବେ ରତ୍ନାକର ମହାପତ୍ର ଓ ମନୋରମା ମହାପାତ୍ର, ଯୋଗେଶ୍ବର ଭୋଇ ଓ ଗୋଲାପୀ ଭୋଇ, ରାମ ଅଗ୍ରୱାଲ ଓ ରେଣୁ ଅଗ୍ରୱାଲ, କୈଲାସଚନ୍ଦ୍ର ମିଶ୍ର ଓ ପ୍ରତିମା ମିଶ୍ର, ଦୀନେଶ ଗାଇଗରୀଆ ଓ ସୌଦାମିନୀ ଗାଈଗରୀଆ, ଝସକେତନ ସାହୁ ଓ ମମତାମୟୀ ସାହୁ ସୁଦାମ ମହାପାତ୍ର ଓ ମୌସୁମୀ ମହାପାତ୍ର, ତରଙ୍ଗ ମେହେର ଓ ଶୁଭଶ୍ରୀ ମେହେର, ରବିନ୍ଦ୍ର ଭୋଇ ଓ ଜମୁନା ଭୋଇ, ବିଦ୍ୟାଧର ମେହେର ଓ ରୀତା ମେହେର, ରଙ୍କମଣୀ କର୍ମୀ ଓ ବାସନ୍ତୀ କର୍ମୀ, ଅଶ୍ବିନୀ ପ୍ରଧାନ ଓ ମିନତୀ ପ୍ରଧାନ ପ୍ରମୁଖ 12 ଯୋଡି ସପତ୍ନୀକ ଦାୟିତ୍ୱ ନିର୍ବାହ  କରିବେ l

ପଣ୍ଡିତ ବଂଶୀଧର ମିଶ୍ରଙ୍କ ନେତୃତ୍ୱ ରେ ରାକେଶ ମିଶ୍ରଙ୍କ ସମେତ ଅନ୍ୟ ପାଣ୍ଡିତଗଣ ପୌରହିତ୍ୟ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟିର ଉପ ସଭାପତି ରାଧେଶ୍ୟାମ ମହାପାତ୍ର , ସମ୍ପାଦକ ବିନୋଦ ମେହେର, ସଂଚାଳକ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପ୍ରେସ୍ର ମିଟର କର୍ତ୍ତା ତରଙ୍ଗ ମେହେର ଓ ଶୁଭଶ୍ରୀ ମେହେର ମଧ୍ୟ ମଞ୍ଚାସିନ ଥିଲେ


Leave a Reply

Your email address will not be published. Required fields are marked *

error: Content is protected !!