ବୁଗବୁଗାରେ ଅଭିଭାବକ ଶିକ୍ଷକ ସମ୍ମିଳନୀ

0

ସରଣ୍ଡା,22/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଚଳିତ ବର୍ଷର ତୃତୀୟ ଅଭିଭାବକ ଶିକ୍ଷକ ସମ୍ମିଳନୀ ବୁଧବାର ବୁଗବୁଗା ଠାରେ ଅନୁଷ୍ଠିତ ହୋଇଯାଇଅଛି । ବୁଗବୁଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଆସିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଲାମାନଙ୍କ ସହ ଶୈକ୍ଷିକ ଭାବ ବିନିମୟ କରିବା ସହ ଅଭିଭାବକା ଅଭିଭାବିକମାନଙ୍କ ସହ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ,ବିଦ୍ୟପ୍ରବେଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କାମନା କରିଥିଲେ । ଏ.ବି.ଇ.ଓ. କାର୍ତ୍ତିକ ବାଗ ପିଲାମାନଙ୍କ ଦୈନିକ କାର୍ଯ୍ୟ କଲାପ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ବେହେରା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନନ୍ଦିଘୋଷ ଭୁଏ ଏଜେଣ୍ଡା ଅନୁସାରେ ପ୍ରଥମ ପାରିସମାପ୍ତି ସୂଚକ ଆକଳନର ଫଳାଫଳ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସବିଶେଷ ଆଲୋଚନା କରିଥିଲେ । ଶେଷରେ ପରବର୍ତ୍ତୀ ପି.ଟି.ଏମ. ବୈଠକରେ କିପରି ସମସ୍ତ ମାତାପିତା ଯୋଗଦାନ କରିବେ ସେ ନେଇ ଆଲୋଚନା କରି କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!