ଆଜି ନାରୀ “ମୁକ୍ତ ଆକାଶ ର ବିହଙ୍ଗ ପକ୍ଷୀ ” ବରଗଡ ପୁସ୍ତକ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ମହିଳା କବୟିତ୍ରୀ ଙ୍କ କବିତା ପାଠୋତ୍ସବ

0

ବରଗଡ : ” ନାରୀ ଆଉ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିନାହିଁ, ସେ ଆଜି ମୁକ୍ତ ଆକାଶ ର ବିହଙ୍ଗ ପକ୍ଷୀ ଭଳିଆ ସମାଜରେ ନିଜର ନିଜସ୍ଵ ମତ ରଖିବାରେ ଓ ନିଜକୁ ସ୍ବାବଲମ୍ବୀ ଭାବରେ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛି ” ବୋଲି ବରଗଡ ପୁସ୍ତକ ମେଳା ର ଦ୍ଵିତୀୟ ସନ୍ଧ୍ୟା ରେ ଆୟୋଜିତ ମହିଳା କବିତା ପାଠୋତ୍ସବ ରେ ଉପସ୍ଥିତ ମହିଳା କବୟିତ୍ରୀ ମାନେ ପ୍ରକାଶ କରିଛନ୍ତି ନିଜ ନିଜ କବିତା ମାଧ୍ୟମରେ। ପାଠାଗାର ର ବରିଷ୍ଠ ସଦସ୍ୟା ଡ.ସଂଘମିତ୍ରା ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ରେ ଉପସ୍ଥିତ ମହିଳା କବୟିତ୍ରୀ ମାନେ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ସମାଜ ରେ ନାରୀ ଆଉ ଅବଲା ଦୁର୍ବଳତା ନୁହଁ ,ସବଳା ହିଁ ସବଳା । ନିଜେ ନିଜର ବୁଦ୍ଧି ଓ କାର୍ଯ୍ୟ ବଳରେ ଆଜି ସମାଜ ରେ ନିଜ ଗୋଡ଼ରେ ନିଜକୁ ଛିଡା କରି ସ୍ବାବଲମ୍ବୀ କରି ଗଢି ତୋଳିବା ରେ ସଫଳ ହୋଇଛନ୍ତି। ଆଜିର କବିତା ପାଠୋତ୍ସବ ରେ ମହିଳା କବୟିତ୍ରୀ ଜୟଶ୍ରୀ ସାହୁ,ପ୍ରଭାସିନୀ ହୋତା, ସଙ୍ଗୀତା ଷଡ଼ଙ୍ଗୀ, ଡ. ସଙ୍ଗୀତା ରଥ,କବିତା କୁମୁଦ ମେହେର, ପୁଷ୍ପାଞ୍ଜଳୀ ପଣ୍ଡା,କବିତା ରଥ,ବେନଜିର ଖାତୁନ, ରେଣୁ ଅଗ୍ରୱାଲ,ସୁପ୍ରଭା ସାମଲ, ସୁଦ୍ରୁମା ପଣ୍ଡା , ସ୍ୱପ୍ନାରାଣୀ ସାହୁ ପ୍ରମୁଖ ନିଜ ନିଜ କବିତା ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। 

          ଆଜି ଦ୍ୱିତୀୟ ସନ୍ଧ୍ୟା କୁ ବରଗଡ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ। ଏହି ସମୟ ରେ ପାଠାଗାର ସଭାପତି ବିମ୍ବାଧର କୁଅଁର, ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା, ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ,ସଦସ୍ୟ ଅମିୟ ଭୂଷଣ ସାହୁ, ଗୌରୀ ଶଙ୍କର ପଣ୍ଡା, ପ୍ରିତମ ସିଂ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବରଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ର ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଆଜି ଏକ ସମ୍ବଲପୁରୀ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚିତ ହୋଇଥିଲା।ସେହିପରି ଗତକାଲି ଉତ୍ପନ୍ନ ସାହୁ ଙ୍କ ଦ୍ଵାରା ପ୍ରକାଶିତ ସମ୍ବଲପୁରୀ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା।
         ଆସନ୍ତା କାଲି ସନ୍ଧ୍ୟା ରେ ପୁସ୍ତକ ମେଳା ରେ ” ସାମାଜିକ ଗଣ ମାଧ୍ୟମ ମୁଖ୍ୟ ସ୍ରୋତ ଗଣ ମାଧ୍ୟମ ର ପରିପୁରକ୍ ନା ପ୍ରତିଦ୍ବନ୍ଦୀ ” ଶୀର୍ଷକ ଆଲୋଚନାଚକ୍ର ରହିଛି।ଏଥିରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ଓ ସତ୍ୟ ପ୍ରକାଶ ନାୟକ ଆଲୋଚକ ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


Leave a Reply

Your email address will not be published. Required fields are marked *

error: Content is protected !!