ଗୋଡଭଗା ସମଲେଶ୍ଵରୀ ମନ୍ଦିର କମିଟିର ପୂର୍ବତନ ସଭାପତିଙ୍କ ବିୟୋଗରେ ଶୋକସଭା
ସରଣ୍ଡା,20/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଗୋଡ଼ଭଗା ସ୍ଥିତ ସମଲେଶ୍ଵରୀ ମନ୍ଦିରର ପୂର୍ବତନ ସଭାପତି ସ୍ଵର୍ଗତ ଦିବ୍ୟକିଶୋର ଭୋଇ ଙ୍କ ବିୟୋଗରେ ସୋମବାର ସକାଳ 10 ଘଣ୍ଟା ସମୟରେ ଗୌନ୍ତିଆ ସୁଶିଲ କୁମାର ସିଂଙ୍କ ସଭାପତିତ୍ବରେ ଗୋଡଭଗା ସମଲେଶ୍ଵରୀ ମନ୍ଦିରର ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି।
ପ୍ରକାଶ ଥାଉ କି ସ୍ବର୍ଗତ ଭୋଇ ଲହଣ୍ଡା ସେବା ସମବାୟ ସମିତିର ପୂର୍ବତନ ସଭାପତି, ରେଙ୍ଗାଲି କେମ୍ପ RMC ରପୂର୍ବତନ୍ ସଭାପତି ଥିବାବେଳେ ଜଣେ ସମବାୟ ବିତ୍ ଭାବରେ ତଥା ଅଞ୍ଚଳର ଜଣେ ଉଚ୍ଚସମ୍ପର୍ଣ୍ଣ ସମାଜ ସେବୀ ଭାବରେ ଜଣା ଶୁଣା ଥିଲେ । ଗତ ଶୁକ୍ରବାର ଅପରାହ୍ନ ରେ ତାଙ୍କ ଦେହାନ୍ତ ହୋଇଯାଇଥିଲା l ଶୋକସଭା ରେ ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ ସଦସ୍ୟ, ନାଗରିକ କାମଟି ର ସଦସ୍ୟ, ଦୂର୍ଗା କମିଟିର ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ ସଦସ୍ୟ, ଲୟନ୍ସ କ୍ଳବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସ୍ବର୍ଗତ ଭୋଇଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।