ଗୋଡଭଗା ଅଞ୍ଚଳର ସମବାୟ ପୁରୋଧା ଦିବ୍ୟକିଶୋରଙ୍କ ପରଲୋକ

0

ସରଣ୍ଡା,18/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡଭଗା ଅଞ୍ଚଳର ଚାଷୀ ସମୁହଙ୍କ ହୃଦୟକୁ ଥରାଇ ପରଲୋକ ଗମନ କରିଛନ୍ତି ବିଶିଷ୍ଟ ସମବାୟ ପୁରୋଧା ତଥା ସମାଜସେବୀ ଦିବ୍ୟକିଶୋର ଭୋଇ। ଶୁକ୍ରବାର ପ୍ରାୟ ଅପରାହ୍ନ ଘ.୨:୩୦ ମିନିଟରେ ଭିମସାର୍, ବୁର୍ଲା ଠାରେ ଚିକିତ୍ସାଧିନ ଅବସ୍ଥାରେ ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ପଞ୍ଚାୟତ ଅର୍ନ୍ତଗତ ଭୋଇଟିକ୍ରା ଗ୍ରାମର ତଥା ଚକୁଳି ଫାର୍ମ ନିବାସୀ ସ୍ୱର୍ଗତ ଭୋଇ ସମଗ୍ର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ। ସମବାୟ ଆନ୍ଦୋଳନକୁ ସକ୍ରିୟ ଭାବେ ଗଢି ତୋଳି ଚାଷୀଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଅହରହ ସଂଗ୍ରାମ କରି ଆସୁଥିଲେ l ସଂଗ୍ରାମ କରୁଥିବା ଭୋଇ ବାବୁ ପରବର୍ତ୍ତୀ ସମୟରେ ବିଭିନ୍ନ ସମବାୟ ସମିତି ସହ ଜଡ଼ିତ ଥିଲେ। ଲହଣ୍ଡା ସେବା ସମବାୟ ସମିତି ଓ ଅତାବିରା ଆର୍.ସି.ଏମ୍.ଏସ୍. ର ସଭାପତି ଭାବେ ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ। ଜଣେ ଶିକ୍ଷାବିତ୍ ଭାବେ ଗୋଡଭଗା ସାରସ୍ୱତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଦାସ୍ୟ ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଥିଲେ। ଆଧ୍ୟାତ୍ମିକ ମାର୍ଗର ଜଣେ ପ୍ରବକ୍ତା ଭାବେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିରର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ଉନ୍ନତି ପାଇଁ ଦିବାରାତ୍ର ଉଦ୍ୟମରତ ଥିଲେ। ଜଣେ ମେଳାପି ସ୍ୱଭାବର ମଣିଷ ଭୋଇବାବୁଙ୍କ ପରଲୋକ ଗମନରେ ଅଞ୍ଚଳବାସୀ ତଥା ଜଣାଶୁଣା ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ପୁଅ ସୁଦିପ ଭୋଇ ଶେଷକୃତ୍ୟ ସମ୍ପର୍ଣ୍ଣ କରି ମୁଖାଗ୍ନୀ ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!