ଓଡିଆ ଭାଷା ବୃତ୍ତି ସମ୍ମାନ ପ୍ରଦାନ କଲେ ଭଟଲି ବିଇଓ

0

ଭଟଲି- ସ୍ଥାନୀୟ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲି ଠାରେ ବ୍ଳକର ନଅ ଜଣ ଛାତ୍ରଛାତ୍ରୀଙ୍କୁ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ଦ୍ବାରା ସରକାରଙ୍କ ପ୍ରଦତ୍ତ ଓଡିଆ ଭାଷା ବୃତ୍ତି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ସତିହାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରର ଶିଖା ଗଡତିଆ,କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ବୟଂଶ୍ରୀ ଆଚାର୍ଯ୍ଯ,ପପୁନ ନାଏକ,ରୂପାଲି ଖମାରୀ, ଅଙ୍କିତ ସାହୁ,ରତ୍ନପ୍ରଭା ପ୍ରଧାନ, ପ୍ରଗତି ଆଞ୍ଚଳିକ ପଂଚାୟତ ଉଚ୍ଚ ବିଦ୍ୟାଳୟ ହାତୀସରର ମିଲି ପଧାନ,ସୀମାନ୍ତ ଉଚ୍ଚ ବିଦ୍ୟାଳୟ ବିଛୁଆଁର ଶୃତିମୟୀ ନାୟକ,ମା ଚୌରାସି ଉଚ୍ଚ ବିଦ୍ୟାଳୟ ଖରସଲର ହେମକାନ୍ତୀ ସାହୁ ଓ ଅଭିଭାବକ/ ଅଭିଭାବିକାଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ସୂର୍ଯ୍ୟକାନ୍ତୀ ଭୋଇ,ସିଆରସିସି ଲୋକନାଥ ମେହେର ,ଉପେନ୍ଦ୍ର ଖମାରୀ ଯୋଗଦାନ କରିଥିଲେ। ସଭା ସଂଯୋଜନା କରିଥିଲେ ମୁନସୀ ପାତ୍ର ଓ ଧନ୍ଯବାଦ ଦେଇଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଢାଲେଶ୍ବରୀ ପଟେଲ।


Leave a Reply

Your email address will not be published. Required fields are marked *

error: Content is protected !!