ଏସଵିଆଇ କାଦୋବାହାଲ ଏଟିଏମ ଲୁଟ ଉଦ୍ୟମ ବିଫଳ, ଏଟିଏମ ମେସିନ ଚୁରମାର
ସରଣ୍ଡା,17/11 ( ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ଏସଵିଆଇ ଏଟିଏମ କୁ ଦୁର୍ବୃତ୍ତ ମାନେ ଗୁରୁବାର ବିଳମ୍ବିତ ରାତ୍ରିରେ ଚୋରୀ ଉଦ୍ୟମ ବିଫଳ ହୋଇଛି l ଦୁର୍ବୃତ୍ତ ମାନେ ଚୋରୀ ଉଦ୍ୟମ ଫଳରେ ଏଟିଏମ ଟି ଭାଙ୍ଗି ଚୁରମାର କରିଦେଇଛନ୍ତି l ତେବେ ଏଟିଏମ ରୁ ଟଙ୍କା ନେଇ ପାରି ନ ଥିବା ତଦନ୍ତକରି ଅଫିସର ଗୋଡ଼ଭଗା ଫାଣ୍ଡି ଅଧିକାରୀ ଅନିମା ଏକ୍କା ପ୍ରକାଶ କରିଛନ୍ତି l ଶୁକ୍ରବାର ସକାଳେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି l ତଦନ୍ତ ରେ ସମ୍ବଲପୁର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି l ଏ ସମ୍ପର୍କ ରେ ଅତାବିରା ଥାନା ଆଇଆଇସି ସୁକୁମାର ତ୍ରିପାଠୀ ଙ୍କ ନିର୍ଦ୍ଧେଶ କ୍ରମେ ଏକ ମାମଲା 412/2023 ରୁଜୁ କରି ଗୋଡ଼ଭଗା ଫାଣ୍ଡି ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି l ଖବର ଲେଖା ହେବା ରାତ୍ରି 8 ଟା ଯାଏଁ ପୋଲିସ କାହାରିକୁ ଗିରଫ କରି ନାହିଁ l