ଅତାବିରା ଏନଏସିର 119 ଜଣ ପାଇଲେ ଆବାସ
ସରଣ୍ଡା,17/11(ସଂସ୍କୃତି ମିଡ଼ିଆ ବ୍ୟୁରୋ )- ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନଏସି ) ଅଧିନ ଲୋକଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି l ଅତାବିରା ଏନଏସି କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନ ଉତ୍ସବରେ ଅତାବିରା ବିଧାୟିକା ସେହ୍ନାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ 119 ଜଣ ହିତାଧିକାରୀଙ୍କୁ ଏହା ବଣ୍ଟନ କରିଥିଲେ l ଏଥିରେ ଅତାବିରା ବିଧାୟିକା ସେହ୍ନାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ଉଦବୋଧନ ଦେଇଥିଲେ l କହିଥିଲେ ଯେ, 1800 ଜଣଙ୍କୁ ଜାଗା ମିଶନ ରେ ଘରଡ଼ିହ ଦିଆଯାଇଛି ସେମାନଙ୍କୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବୁ l ହେଲେ ଆଜି 119 ଜଣଙ୍କୁ ଦିଆଯାଇଛି ଆଗରୁ 2/3 ଶହ ହିତାଧିକାରୀଙ୍କୁ ଆବାସ ଦିଆଯାଇଛି ଅନ୍ୟ ମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ର ସହ ଲଢ଼େଇ କରି ଏହି ଆବାସ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି l ଆଗାମୀ ଦିନରେ ଆମେ ବି ତାଙ୍କୁ ସହଯୋଗ କରିବା ବୋଲି କହିଥିଲେ l ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର 119 ଜଣ ହିତାଧିକାରୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟିକା ସେହ୍ନାଙ୍ଗିନୀ ଛୁରିଆ l ତେବେ ଏବେ ବି ବହୁ ନିରୀହ ସାଧାରଣ ଲୋକ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି l ବହୁ ଲୋକ ଘର ଖଣ୍ଡିଏ ମିଳିବ ବୋଲି ଆସିଥିଲେ, ହେଲେ 119 ଜଣ ପାଇଥିଲେ ବି ଅନେକ ହିତାଧିକାରୀ ନିରାଶ ହୋଇ ଫେରିଛନ୍ତି l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ଅଧ୍ୟକ୍ଷ ବନମାଳୀ ବରିହା, ନଗର ସଭାପତି ସିର୍ଦ୍ଧାର୍ଥ ଶଙ୍କର ପଣ୍ଡା ଓ ବିଜେଡ଼ି କାଉନସିଳର ଯୋଗ ଦେଇ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଦୁର୍ଯ୍ୟୋଧନ ସାହୁ ସଂଯୋଜନା କରିଥିଲେ l