ଛାତ୍ରୀଛାତ୍ରଙ୍କୁ ଭାଷା ସଂମ୍ମାନ
ସରଣ୍ଡା, ୧୭/୧୧( ସଂସ୍କୃତି ମିଡ଼ିଆ ବ୍ୟୁରୋ ) ଶୁକ୍ରବାର ଦିନ ସକାଳ ୧୧ ଘଟିକା ରେ ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ତରଫ ରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ରବୀନ୍ଦ୍ର କୁମାର ସାହୁ ଏବଂ ପ୍ରଧାନ ଶିକ୍ଷକ ମନୋଜ ହରିପାଲ ଙ୍କ ଉପସ୍ଥିତିରେ ଗତ ଦଶମ ପରୀକ୍ଷାରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ଭାଷା ବୃତ୍ତି ପାଇଥିଲେ ସେହି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ସେହି ଛାତ୍ର ଛାତ୍ରୀ ମାନେ ହେଲେ ସଚିରାଣୀ ମେହେର, ଶୁଭଶ୍ରୀ ତାଣ୍ଡିଆ, ଇନିଗୁରି ରକ୍ଷିତ୍, ସ୍ନିଗ୍ଧାରାଣୀ ଛତ୍ରିଆ,ସାଗରିକା ନାୟକ,ସାଇକ୍ରିଷ୍ଣା ଦାସ, ସ୍ମୃତି ଭୁଏ, ଅସିତ୍ ପଧାନ, ଦୀପାଞ୍ଜଲୀ ବାଇସ୍ତାନ, ସେଲୋନୀ ପଧାନ, ସୁଦିକ୍ଷା ନାଗ ଓ ସ୍ତୁତିଶ୍ରୀ ରଣା । ସମସ୍ତଙ୍କୁ ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ୱର୍ଦ୍ଧନା କରାଯାଇ ଥିଲା । ଏଥିରେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ନୃପ ଭୋଇ,ଜୟଦେବ ନାଏକ, ଖେଳ ଶିକ୍ଷକ ଲବ ସାହୁ ଏବଂ ଅତାବିରା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ।