କୃଷ୍ଣ ପ୍ରେମରେ ମଗ୍ନ ଗୋପପୁରବାସୀ, କଂସ ଦ୍ୱାରା ପ୍ରେରିତ ରାକ୍ଷସୀ /ରାକ୍ଷସ ଙ୍କୁ ନିଧନ କଲେ ଶ୍ରୀକୃଷ୍ଣ ସେପଟେ ଖବର ପାଇ ମାମୁଁ କଂସ ମର୍ମାହତ

ବରଗଡ଼/ଗୋପପୁର /ମଥୁରାନଗରୀ,19/1(ସଂସ୍କୃତି ମିଡ଼ିଆ)- କୃଷ୍ଣ ପ୍ରେମରେ ମଗ୍ନ ଗୋପପୁରବାସୀ । ଶ୍ରୀକୃଷ୍ଣ ଓ ବଳରାମଙ୍କ ଚମତ୍କାର ବାଲ୍ୟଲୀଳା ଦେଖି ବିସ୍ମିତ ହୋଇଛନ୍ତି ନନ୍ଦରାଜା, ମାତା ଯଶୋଦା ଓ ସମଗ୍ର ଗୋପପୁରବାସୀ । ଧନୁଯାତ୍ରା ମହୋତ୍ସବ ଚତୁର୍ଥ ଦିବସରେ ଗୋପୀ, ଗୋପାଙ୍ଗନା, ସଖା, ସହୋଦରମାନଙ୍କ ଗୋପପୁର ପରିଭ୍ରମଣ କରିଛନ୍ତି ଶ୍ରୀକୃଷ୍ଣ, ବଳରାମ ବେନି ଭାଇ । ଘରେ ଘରେ କଳସ ସ୍ଥାପନ କରି ବେନି ଭାଇଙ୍କୁ ଗୋପପୁରବାସୀ ପୂଜାର୍ଚ୍ଚନା କରି କରିଛନ୍ତି ଭବ୍ୟ ସ୍ବାଗତ । ଗୋପ ବାଳକଙ୍କ ସହ ଶ୍ରୀକୃଷ୍ଣ ଖେଳୁଥିବା ବେଳେ ମାଟି ଖାଇଥିଲେ । ମାତା ଯଶୋଦା କୃଷ୍ଣଙ୍କୁ ମାଟି ନ ଖାଇବା ପାଇଁ ତାଗିଦ କରିବା ପରେ ଲୀଳାମୟ ପ୍ରଭୁ ମାତା ଯଶୋଦାକୁ ତାଙ୍କ ଦିବ୍ୟରୂପ ଦର୍ଶନ ଦେଇଥିଲେ । ମଥୁରାଧିପତି ମହାରାଜା କଂସଙ୍କ ଆଦେଶରେ ଗୋପପୁରରେ ପହଞ୍ଚିଥିଲେ ରାକ୍ଷସୀ ପୁତନା ସହ ଷଡ଼ମଲ୍ଲ ବୀର । ସ୍ତନ୍ୟପାନ କରି ପତନା ରାକ୍ଷସୀଙ୍କୁ ଶ୍ରୀକୃଷ୍ଣ କରିଥିଲେ ନିହତ । ଏହାପରେ ଶ୍ରୀକୃଷ୍ଣ ଓ ବଳରାମ ଦ୍ବାରା ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଭଳି ଗୋଟିଏ ପରେ ଗୋଟିଏ ଷଡ଼ମଲ୍ଲ ହୋଇଛନ୍ତି ନିଧନ ।
କୃଷ୍ଣ ପ୍ରେମ, ଭକ୍ତି ଭାବରେ ବିଭୋର ଗୋପପୁରବାସୀ । ଶ୍ରୀକୃଷ୍ଣ ଓ ବଳରାମଙ୍କ ଲୀଳାରେ ଉତଫୁଲ୍ଲିତ ହୋଇଛନ୍ତି ଗୋପୀ, ଗୋପାଙ୍ଗନା । ଗୋପୀ, ଗୋପାଙ୍ଗନା, ସଖା, ସହୋଦରମାନଙ୍କ ଗୋପପୁର ପରିଭ୍ରମଣ କରିଛନ୍ତି ବେନି ଭାଇ । ବେନି ଭାଇଙ୍କୁ ଗୋପପୁରବାସୀ କରିଛନ୍ତି ଭବ୍ୟ ସ୍ବାଗତ । ମଥୁରାଧିପତି ମହାରାଜା କଂସଙ୍କ ଆଦେଶରେ ଗୋପପୁରରେ ପହଞ୍ଚିଥିଲେ ରାକ୍ଷସୀ ପୁତନା ସହ ଷଡ଼ମଲ୍ଲ ବୀର । ସ୍ତନ୍ୟପାନ କରି ପତନା ରାକ୍ଷସୀଙ୍କୁ ଶ୍ରୀକୃଷ୍ଣ କରିଥିଲେ ବଧ । ସେପଟେ ଶ୍ରୀକୃଷ୍ଣ ଓ ବଳରାମ ଗୋଟିଏ ପରେ ଗୋଟିଏ ଷଡ଼ମଲ୍ଲ ବୀରଙ୍କୁ କରିଛନ୍ତି ବଧ । ପୁତନା, ଷଡ଼ମଲ୍ଲ ନିଧନ ଖବର ପାଇ ମହାରାଜା କଂସ ଦୁଃଖରେ ମର୍ମାହତ ହୋଇଥିବା ବେଳେ ମହାରାଣୀ ପଦ୍ମାବତୀଙ୍କୁ ଧନଶ୍ରୀ ଓଷା କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।
ପାରମ୍ପରୀକ ଲୋକନାଚ, ଗୀତ ଓ ବାଦ୍ୟରେ ଦୁଲୁକୁଛି ରଙ୍ଗମହଲ, ରାଜଦରବାର । ଧନୁଯାତ୍ରା ଚତୁର୍ଥ ରଜନୀରେ ମହାରାଜା କଂସ ମୁକ୍ତେଶ୍ବର ବାବାଙ୍କ ରୁଦ୍ରାଭିଷେକ କରିବା ପରେ ଦିଗବିଜୟରେ ବାହାରିଥିଲେ । ଦିଗବିଜୟ ବେଳେ ମହାରାଜା କଂସ GST କାର୍ଯ୍ୟାଳୟ କୁ ପରିଦର୍ଶନ କରି ବର୍ଷ ସାରା କେତେ ଖଜଣା ଆଦାୟ ହୋଇଛି ହିସାବ ମାଗିଥିଲେ ଏବଂ ବାଟ ମାରଣ ହଉଥିବା ଯୋଗୁଁ 20 ଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ଦଣ୍ଡ ପ୍ରଦାନ କରିଥିଲେ ।ସେପଟେ ଗୋପପୁରକୁ ପ୍ରେରଣ କରିଥିବା ରାକ୍ଷସୀ ପୁତନା ଓ ଷଡ଼ମଲ୍ଲ ବୀର ଶ୍ରୀକୃଷ୍ଣ, ବଳରାମଙ୍କ ଦ୍ବାରା ନିହତ ଘଟଣା ଶୁଣି ଦୁଃଖରେ ମର୍ମାହତ ହୋଇଛନ୍ତି ମହାରାଜା କଂସ । ସେପଟେ ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ମହାରାଣୀ ପଦ୍ମାବତୀଙ୍କୁ ଧନଶ୍ରୀ ଓଷା କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।
ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସରେ ମହାରାଜା କଂସଙ୍କ ମଥୁରାନଗରୀରେ ଦିଗବିଜୟ, ପାରିଷଦ ବର୍ଗଙ୍କ ସହ ଆପାତ ବୈଠକ, କାଳିନ୍ଦୀ ହ୍ରଦରେ କାଳୀୟ ନାଗକୁ ପ୍ରେରଣ, ଗୋପପୁରରେ ଶ୍ରୀକୃଷ୍ଣ, ବଳରାମଙ୍କ ବାଲ୍ୟଲୀଳା, ଯାମଳାର୍ଜୁନ ଭଞ୍ଜନ, କାଳୀୟ ଦଳନ, ବିଶ୍ବରୂପ ଦର୍ଶନ, ଗୋପୀଙ୍କ ଦଧିବିକା ନାଟ୍ୟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।