ଯୁବ ବିଜେଡ଼ି ନେତା ତଥା ସାମାଜିକ କର୍ମୀ ମଧୁସୂଦନ ଶର୍ମା ତାଙ୍କ ସମର୍ଥକଙ୍କ ସହ ବିଜେପିରେ ସାମିଲ

0

ସରଣ୍ଡା,20/1(ସଂସ୍କୃତି ମିଡ଼ିଆ )-ଯୁବ ନେତା, ବରଗଡ ଜିଲ୍ଲାର ଜଣେ ଆଗଧାଡ଼ିର ସାମାଜିକ କର୍ମୀ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅତି ନିକଟତମ ଭାବେ ପରିଚିତ ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ନିବାସୀ ମଧୁସୂଦନ ଶର୍ମା ତାଙ୍କ ସମର୍ଥକଙ୍କ ସହ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ପାର୍ଟି ଅଫିସରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲାଲାଟେଣ୍ଡୁ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ରବି ନାୟକ ତଥା ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଶ୍ରୀ ଶର୍ମା ଅଖିଳ ଭାରତୀୟ ମାରବାଡ଼ି ଯୁବା ମଞ୍ଚ ର (2012-2014) ସଂଗଠନ ବିସ୍ତାର ଜାତୀୟ ସଂଯୋଜକ ତଥା ଓଡିଶା ପ୍ରାଦେଶିକ ମାରୱାଡ଼ି ଯୁବା ମଞ୍ଚ ର (2015-2018) ପ୍ରନ୍ତୀୟ ସଭାପତି ଭାବରେ ଦାଇତ୍ୱ ନିର୍ବାହ କରିଛନ୍ତି। 2014 ଏବଂ 2019 ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳରୁ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ପାଇଁ ଶ୍ରୀ ଶର୍ମା ଜଣେ ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିଲେ। ବିଜେପିରେ ଯୋଗଦେବା ପରେ ଦଳ ବରଗଡ ଜିଲ୍ଲାରେ ଅନେକ ଲାଭ ପାଇବ ବୋଲି ଆଶା କରାଯାଉଛି ଏବଂ ଦଳର ସମସ୍ତଙ୍କ ମଧ୍ୟରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି।

 


Leave a Reply

Your email address will not be published. Required fields are marked *

error: Content is protected !!