କ୍ରୀଷ୍ଣା ବିକାଶରେ ସ୍ବତନ୍ତ୍ରତା ସେନାନୀ ସୁଭାଷଚନ୍ଦ୍ର ବୋଷଙ୍କ ସହ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସଂସ୍କୃତି ମିଡ଼ିଆ )- ବରଗଡ଼ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଭାରତମାତାଙ୍କ ସ୍ୱତନ୍ତ୍ରତା ସେନାନୀ ତଥା ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ବରପୁତ୍ରଦ୍ଵୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ତାଙ୍କ ଜୀବନ କାହାଣୀ ବର୍ତମାନ ତଥା ଆସନ୍ତା ପିଢ଼ୀ ପାଇଁ ପ୍ରେରଣାର ଉତ୍ସ ଅଟେ ବୋଲି ମତବ୍ୟକ୍ତ କରିବା ସହିତ ମଙ୍ଗଳବାର ପୂର୍ଯ୍ୟୋତ୍ସବରେ ପ୍ରତ୍ୟେକ ଶ୍ରେଣୀଗୃହରେ ବୀରପୁତ୍ରଙ୍କ ଜୀବନର ଗୌରବମୟ କାହାଣୀ ଶୁଣାଇବା ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବରପୁତ୍ର ଦ୍ଵୟଙ୍କ ଅବିସ୍ମରଣୀୟ ପରାକ୍ରମ ତଥା ଜନ୍ମବୃତ୍ତାନ୍ତ ବକ୍ତୃତା ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।