ଦଶପଲ୍ଲାରେ ମାଟିର ସ୍ୱର ଅନୁଷ୍ଠାନର ତୃତୀୟ ବାର୍ଷିକୋତ୍ସବ ପାଳିତ, ନେତାଜୀ ଓ ବୀର ସୁରେନ୍ଦ୍ର ଜୟନ୍ତୀ ଉପଲକ୍ଷେ ବହୁ ମାଟିର ପ୍ରତିଭା ହେଲେ ସମ୍ମାନିତ

ଦଶପଲ୍ଲା,୨୩/୦୧(ସଂସ୍କୃତି ମିଡିଆ)-ରାଜ୍ୟର ଏକ ଅଗ୍ରଣୀ ଅନୁଷ୍ଠାନ ‘ମାଟିର ସ୍ୱର’ର ଆଜି ଦିବସ ବ୍ୟାପୀ ୩ୟ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଜାତୀୟ ବିର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଙ୍କ ଜୟନ୍ତୀ ପାଳନ ସହ ସେହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୦ ଜଣ ମାଟିର ପ୍ରତିଭାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।ଏଥିରେ ରାଜ୍ୟ ମହିଳା କମିଶନର ପୂର୍ବ ଅଧ୍ୟକ୍ଷା ତଥା ବିଶିଷ୍ଟ ସାହିତ୍ୟିକା ଲୋପାମୁଦ୍ରା ମହାନ୍ତି ଉଦଘାଟିକା, ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି , ବିଶିଷ୍ଟ ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ଶିକ୍ଷାବିତ୍ ଓ ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ,ବିଶିଷ୍ଟ ସର୍ବୋଦୟ କର୍ମୀ ବିନୋଦ ମହାନ୍ତି, ପଦ୍ମଶ୍ରୀ ଶବର ମତି ପ୍ରମୁଖ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ମାଟିର ମଣିଷ ମାନଙ୍କୁ ସମାଜ ର ବଡ଼ ଦାଣ୍ଡ କୁ ଆଣି ସମାଜ ର ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ । ସମ୍ବଲପୁର ରୁ ଆସିଥିବା ମାଟି ପୁତ୍ର ସୁବାସ ଚନ୍ଦ୍ର ନାୟକ ତାଙ୍କ ଭାଷଣରେ ଉଭୟ ମହାପୁରୁଷ ଙ୍କ ସଂଘର୍ଷ ମୟ ଜୀବନ ଦେଶ ପ୍ରେମର ଭୂୟିୟସି ପ୍ରଶଂସା କରିଥିଲେ ।ସମଗ୍ର କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଂଯୋଜକ ପ୍ରଭାତ କୁମାର ଦାସ ଓ ପ୍ରେମ ସାଗର ତିହିରିଆ ପରିଚାଳନା କରିଥିଲେ ।
(ସୁବାସ ଚନ୍ଦ୍ର ନାୟକଙ୍କ ରିପୋର୍ଟ)