ଭବ୍ୟ କଳସ ଓ ଚକ୍ର ଚୋରୀ , ଧର୍ମପ୍ରତି ଆଘାତ, ଭକ୍ତମହଳରେ ତିବ୍ର ନିନ୍ଦା

0

ସରଣ୍ଡା,27/1( ସଂସ୍କୃତି ମିଡ଼ିଆ )-ବରଗଡ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ସ୍ଥିତ ତଳିଟାମ୍ପର ସରା ଗ୍ରାମରେ ଗତ ତା.୧୮/୧/ ୨୦୨୪ ରୁ ୨୨/୧/୨୦ ୨୪ ଦୀର୍ଘ ପାଞ୍ଚ ଦିନ ଧରି ନଵ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଚାଲିଥିଲା।ଏହି ଅବସରରେ ମନ୍ଦିର ର ଦୁଇଟି ଚୂଡା ପାଇଁ ଦୁଇଟି କଳସ ଓ ଚକ୍ର କଣ୍ଟିଲୋରୁ ଅଣାଯାଇଥିଲା।ଉଭୟ କଳସ,ଚକ୍ର ଗୁଡିକ ପୂଜା ମଣ୍ଡପରେ ରଖାଯାଇ ପୂଜାପାଠ କରାଯାଉ ଥିବାବେଳେ ଏହା ୨୨ ତାରିଖର ପୂର୍ଣ୍ଣାହୁତି ଦିବସରେ ମନ୍ଦିରରେ ଲଗାଯିବାର ବିଧି ରହିଥିଲା।ମାତ୍ର ୨୧ ତାରିଖରେ ଗ୍ରାମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଚାଲୁଥିବା ସମୟ ରେ ଭୋର ୩ ଘ. ସମୟରୁ ଛୋଟ କଳସ ଓ ଚକ୍ରକୁ ଯାହାର ଆନୁମାନିକ ଓଜନ ୧୫ କେ.ଜି ଭିତରେ ଓ ମୂଲ୍ୟ ୪୫୦୦୦ ଟଙ୍କା କୁ ଚୋର କଳା କନା ବୁଲାଇ ଦେଇଥିବା ଜଣା ପଡ଼ିଛି।ଅନ୍ୟ କଳସ ଓ ଚକ୍ରଟି ୮୫ କେ.ଜିରୁ ଅଧିକ ଥିବାରୁ ତାକୁ ନେଇ ପାରିନଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।

ବହୁ ଖୋଜାଖୋଜି ପରେ କିଛି ବି ସୁରାକ ନମିଳିନବାରୁ କମିଟିର ସଭାପତି ସୁଦାମ ପାଣିଗ୍ରାହୀ ସମେତ ସମସ୍ତ ସଦସ୍ୟ ଗୋଡଭଗା ଫାଣ୍ଡିରେ ରିପୋର୍ଟ କରିବା ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣା ପଡିଛି।ପ୍ରତିଷ୍ଠା ସମାପନ ପୂର୍ବରୁ ଏହି ଘଟଣାଟି ଘଟିଥିବା ହେତୁ ଅଞ୍ଚଳରେ ତିବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି।ଏପରିକି ଗ୍ରାମବାସୀ ସ୍ଥାନୀୟ ଅଞ୍ଚଳକୁ ଯାଇ ଚୋରୀ ଜିନିଷର ଉଦ୍ଧାର ନିମନ୍ତେ ସହଯୋଗ ଭିକ୍ଷା କରୁଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଓଡ଼ିଶା ର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା ଏବେ ନିଶା ଓ ଚୋର ଡକାୟତ ଙ୍କ ଗଡ଼ ପାଲଟି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ବେଳେ ଏବେ ଅତାବିରା ଅଞ୍ଚଳରେ ଚୋର ଡକାୟତ ଙ୍କ ପ୍ରାଦୁର୍ଭାବ ଅଣାୟତ୍ତ ହେବାରେ ଲାଗିଛି।ଅବକାରୀ ଓ ପୋଲିସ ବିଭାଗ ର ପ୍ରୋତ୍ସାହନ ରେ ଦିନ ଦ୍ବିପହରରେ ବେନାମୀ ବେନି ୟମ ଭାବରେ ମଦ ଦୋକାନ, ହୋଟେଲ ପାନ ଦୋକାନ,ହୋଟେଲ ଗଲି କନ୍ଦି ଚାରିଆଡ଼େ ବିକ୍ରି ହେବା ସହ ଚାରିଆଡ଼େ ବୋତଲ ଗଡ଼ୁଛି।ପୋଲିସ ର ନିଷ୍କ୍ରିୟତା ଯୋଗୁଁ ସଟ୍ଟା ଜୁଆ କାରବାର ବୃଦ୍ଧି ପାଇ ଯୁବ ପିଢ଼ି ଲାଳାୟିତ ହୋଇ ଫସି ସର୍ବହରା ହେଉଛନ୍ତି। ସର୍ବସାନ୍ତ ଯୁଆଡ଼ି ବିଭିନ୍ନ ସମୟରେ ଚୋରି କରୁଛନ୍ତି l ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାର ଦୃଷ୍ଟି ଦେବା ସହ ଦେଖାଯାଉ ତଳି ଟାମ୍ପର ସରା ପ୍ରତିଷ୍ଠା ମହୋତ୍ସବ ରେ ଚୋରୀ ହୋଇଥିବା ଜିନିଷ ପୋଲିସ ଦ୍ଵାରା ଉଦ୍ଧାର ହୋଇ ପାରୁଛି କି ନାହିଁ।


Leave a Reply

Your email address will not be published. Required fields are marked *

error: Content is protected !!