ବରଗଡ଼ କ୍ରୀଷ୍ଣା ବିକାଶରେ ଛତିଶଗଡ଼ର ମହାମହିମ ରାଜ୍ୟପାଳଙ୍କ କରକମଳରେ “ସ୍କିଲିଂ ଇଣ୍ଡିଆ ବସ୍” ଉଦ୍‌ଘାଟିତ

0

ବରଗଡ଼,27/1(ସଂସ୍କୃତି ମିଡ଼ିଆ )-ବରଗଡ଼ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ଛତିଶଗଡ଼ର ମହାମହିମ ରାଜ୍ୟପାଳ ଶ୍ରୀ ବିଶ୍ବଭୁଷଣ ହରିଚନ୍ଦନଙ୍କୁ ନୃତ୍ୟ, ବାଦ୍ୟର ତାଳେତାଳେ ଛାତ୍ରଛାତ୍ରୀଙ୍କ ଗହଣରେ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଭବ୍ୟ ସ୍ଵାଗତ କରି ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମହାମହିମ ରାଜ୍ୟପାଳଙ୍କୁ ସମ୍ମାନିତ କରିଥିଲେ । ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ଆନୁକୁଲ୍ୟରେ “ ସ୍କିଲିଂ ଇଣ୍ଡିଆ” ବସ୍ ରାଜ୍ୟପାଳଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଡିଜିଟାଲ୍‌ ପେମେଣ୍ଟ, ୟୁପିଆଇକୁ ସାକାର କରିବା ପାଇଁ ସ୍କିଲ୍ ଇଣ୍ଡିଆ ବସ୍ ସେବାକୁ ଚେୟାରମେନ୍ ଶ୍ରୀ ଦାଶରୀ ମୂରଲୀ କ୍ରୀଷ୍ଣା ବରଗଡ଼ରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ, କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ସିନିୟର୍ ସେକେଣ୍ଡାରୀ ବିଭାଗର ଅଧ୍ୟକ୍ଷ ଚିତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଶିକ୍ଷାନୁଷ୍ଠାନର କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!