Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଘର ଭିତରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଘର ଭିତରୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର

0

ଭଟଲି, ୨୯।୧ – ବରଗଡ଼ ଜିଲ୍ଲା ଭଟଲି ଥାନା ଉର୍ଦ୍ଦୁନ ପଞ୍ଚାୟତ ଅନ୍ତର୍ଗତ ଜାମପାଳି ଗ୍ରାମର ଏକ ବନ୍ଦ କୋଠରୀ ମଧ୍ୟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ଭଟଲି ପୋଲିସ ଜବତ କରିଛି । ମୃତକ ଜଣକ ଗ୍ରାମର କମଳ ବଗର୍ତ୍ତି(୩୯) ବୋଲି ଜଣାପଡିଛି । ଏନେଇ ଭଟଲି ଥାନାରେ ଏକ ଅପମୃତ୍ୟୁ ମାମଲା ନ. -୬/୨୪ ରୁଜୁ ହୋଇଛି । ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ଘଟଣାର ତଦନ୍ତ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ତାଙ୍କ ସ୍ତ୍ରୀ ପ୍ରାୟ ମାସେ ପୂର୍ବରୁ ନିଜ ମା ଘରକୁ ନିଜ ୨ ଜଣ ଛୁଆଙ୍କୁ ଧରି ଯାଇଥିଲେ । ତେବେ ଆଜି ଘରକୁ ଫେରିଥିବାବେଳେ ଘର କବାଟ ଭିତର ପଟୁ ବନ୍ଦ ଥିଲା ଓ ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ଏହାଦେଖି ସେ ପୋଲିସକୁ ଖବର ଦେଇଥିଲେ । ତେବେ ଭଟଲି ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗିବାରୁ ଭିତରେ କମଳଙ୍କ ଗଳିତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!