ଦୁର୍ଘଟଣାରେ ୧ ମୃତ୍ୟୁ ୧ ଗୁରୁତର

ସରଣ୍ଡା,30/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡାରେ. ମଙ୍ଗଳବାର ରାତ୍ରିରେ ଏକ ବାଇକ ଦୁର୍ଘଟଣାରେ ଜୈନିକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l
ପ୍ରାପ୍ତ ଖବର ଅନୁସାରେ ସମ୍ବଲପୁର-ବରଗଡ଼ 53 ନମ୍ବର ଜାତୀୟ ରାଜପଥରେ ଏକ ବାଇକ ନମ୍ବର ଓଡ଼ି 17 ଇ /0566 କୌଣସି ପ୍ରକାରେ ସରଣ୍ଡା ମନ୍ଦିର ପାଖ ପୋଲ ଉପରେ ଦୁର୍ଘଟଣା ଗ୍ରସ୍ଥ ହୋଇ ଜାତୀୟ ରାଜପଥ କଡ଼କୁ ଛିଟିକି ପଡ଼ିଥିଲେ l ବାଇକ ର ସାମ୍ନା ପଟ ବି ଭାଙ୍ଗି ଚୁରମାର ହୋଇଯାଇଛି l ଫଳରେ ବାଇକରେ ଥିବା ବରଗଡ଼ ଜିଲା ତୋର ଗ୍ରାମର ଦୀପକ ତାଣ୍ଡି (18) ଏବଂ ସେହି ଦୀପକ ତାଣ୍ଡି ନାମକ 24 ବର୍ଷୀୟ ଯୁବକ ଅତି ଗୁରୁତର ହୋଇ ପଡ଼ିଥିଲେ l ସେହି ରାସ୍ତାରେ ଆସୁଥିବା ଅନ୍ୟ ପଥଚାରୀ ଏମାନେ ପଡ଼ିଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରହଇଥିଲା l 108 ଆମ୍ବୁଲାନ୍ସରେ ସେମାନଙ୍କୁ ଅତାବିରା ଡାକ୍ତରଖାନାକୁ ନିଆଯାଇଥିଲା l ହେଲେ ସେଠାରେ 18 ବର୍ଷୀୟ ଦୀପକ ତାଣ୍ଡିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ପଟେ 24 ବର୍ଷୀୟ ଗୁରୁତର ଥିବା ଅନ୍ୟ ଯୁବକ ଦୀପକ ତାଣ୍ଡିଙ୍କୁ ବୁର୍ଲା ସ୍ଥାନସ୍ଥରୀତ କରାଯାଇଛି l ଏ ନେଇ ଖବର ପାଇ ଅତାବିରା ପୋଲିସ ଘଟନସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ବାଇକ କୁ ଜବତ କରିବା ସହ ମୃତ ଯୁବକର ପଞ୍ଚନାମା କରାଯାଇଛି l ଶବକୁ ବ୍ୟବଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା କୁ ପଠାଯାଇଛି l ସେଠାରେ ଶବଗୃହରେ ରଖାଯିବ ଆସନ୍ତାକାଲି ଶବ ବ୍ୟବଛେଦ ହେବ ବୋଲି ତଦନ୍ତକରି ପୋଲିସ ଏସ ଆଇ ଯୁଗଳ କିଶୋର ତାଣ୍ଡି ପ୍ରକାଶ କରିଛନ୍ତି l ଏ ନେଇ ଅତାବିରା ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି l