ଦୈନିକ ଜନମୁଖର ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରାହୀଙ୍କ ମାତା ବିନୋଦିନୀ ପାଣିଗ୍ରାହୀଙ୍କ ପରଲୋକ

0

ଅତାବିରା ୩e/୧ସମ୍ବଲପୁର ରୁ ପ୍ରକାଶିତ ହେଉଥିବା ଦୈନିକ ଜନମୁଖର ସମ୍ପାଦକ ବୀରେନ୍ଦ୍ର ପାଣିଗ୍ରହୀଙ୍କ ମାତା ବିନୋଦିନୀ ପ୍ରାଣିଗ୍ରାହୀ ଙ୍କ ୯୬ ବର୍ଷ ବୟସ ରେ ତାଙ୍କ ସମ୍ବଲପୁର ହୀରାକୁଦ କଲୋନୀ ସ୍ଥିତବାସଭବନ ରେ ପରଲୋକ ହୋଇଯାଇଛି। ସେ ଜଣେ କର୍ମଠ ଧର୍ମପରାୟଣ ମହିଳା ଥିଲେ | ତାଙ୍କ ବିୟୋଗ ରେ ଅତାବିରା ସାମ୍ବାଦିକ ମହଳରେ ଶୋକର ଛାୟା ଖେଲିଯାଇଛି। ସାମ୍ବାଦିକ ହୃଷିକେଶ ଖମାରୀ ସାମ୍ବାଦିକ କୈଲାସ ମହାରଣା ପ୍ରେମାନନ୍ଦ ଖମାରୀ ପ୍ରମୁଖ ତାଙ୍କ ଅମର ଆତ୍ମା ସତଗତି କାମନା ଭଗବାନ ଠାରେ କରିଛନ୍ତି| ମଙ୍ଗଳବାର ରାତି ୯ଟା ୧୫ ମିନିଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଜୀବନ ଥିବା ପର୍ଯ୍ୟନ୍ତ କର୍ମଠ ଧର୍ମ ପ୍ରାଣ ଥିଲେ। ୧୫ ଦିନ ତଳେ ଘରେ ପଡିଯାଇ ବାମ ଗୋଡ଼ ଜଙ୍ଗ ନିକଟରେ ଭାଙ୍ଗିଯାଇଥିବାରୁ ସେ ଶଯ୍ୟାସାୟୀ ଥିଲେ। ଦୁର୍ଗାପାଲି ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ବୁଧବାର ହେବ l


Leave a Reply

Your email address will not be published. Required fields are marked *

error: Content is protected !!