ନୂଆଁଗଡ଼ ହାଇସ୍କୁଲରେ ସହିଦ୍ ଦିବସ ପାଳିତ

ଭଟଲି,୩୧/୧ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଁଗଡ଼ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଧିଆଙ୍କ ଅଧ୍ୟକ୍ଷତାରେ ସହିଦ୍ ଦିବସ ପାଳନ ହୋଇଯାଇଛି । ଆନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜକୁମାର ଡନସନା ଓ କୁନ୍ତି ଡନସନା ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଶିକ୍ଷକ ସୁରେନ୍ଦ୍ର ଗଡତିଆ,ଗିରିଧାରୀ ଯୋଶୀ ଓ ଗଜେନ୍ଦ୍ର ବେହେରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନି ଉଲ୍ଲେଖ କରି ସ୍ୱାଧିନତା ସଂଗ୍ରାମରେ ତଥା ରାଷ୍ଟ୍ର ନିର୍ମାଣରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସର ମଧ୍ୟରେ ନିର୍ମାଣଧିନ ନବଗ୍ରହ ବୃକ୍ଷ ବାଟିକାରେ ଏକ ଚନ୍ଦନ ବୃକ୍ଷରୋପଣ କରାଯାଇଥିଲା । ପରିଶେଷରେ ଶିକ୍ଷକ ଗିରିଧାରୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।