ଭଟଲିରେ କିଶୋରୀ ମେଳା ଅନୁଷ୍ଠିତ

0

ଭଟଲି,4/2(ସଂସ୍କୃତି ମିଡ଼ିଆ )-ଭଟଲି ସମନ୍ନିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଭଟଲି ସେକ୍ଟରର କିଶୋରୀ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପନ୍ଦରରୁ ଉଣେଇଶ ବର୍ଷର କିଶୋରୀ ବାଳିକାମାନଙ୍କ ସମାବେଶ ହୋଇଥିଲା । ସେକ୍ଟର ସୁପରଭାଇଜର ରାଜକୁମାରୀ ମେହେରଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ସୁଜ୍ଞାନି ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଚନ୍ଦ୍ରକାଲି ଗୌଡ, ସିଏଚଓ ପ୍ରଭାତ ନଳିନୀ ମହାପାତ୍ର ତଥା ସାମ୍ବାଦିକ ଅର୍ଜୁନ ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଅଙ୍ଗନବାଡୀକର୍ମୀମାନେ କିଶାରୀ ବାଳିକାମାନଙ୍କୁ ସ୍ୱାଗତ କରିବା ସହ ଅତିଥିମାନଙ୍କୁ ଫୁଲତୋଡା ଦେଇ ସମ୍ମାନୀତ କରିଥିଲେ । ଉପସ୍ଥିତ ସମସ୍ତ କିଶୋରୀମାନଙ୍କ ଓଜନ, ଉଚ୍ଚତା ଏବଂ ହିମୋଗ୍ଲୋବିନ ପରିକ୍ଷା କରାଯାଇଥିଲା । ଏହି ଅସରରେ ଏକ ରଙ୍ଗୋଲି ଓ ନୃତ୍ୟ ପ୍ରତିଯୋଗିତା କିଶୋରୀ ବାଳିକାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ରଙ୍ଗୋଲିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସସ୍ମିତା ନାଏକ,ଦ୍ୱିତୀୟରେ ସ୍ୱେତା ସୁମନ ସାହୁ ଏବଂ ତୃତୀୟରେ ସେଲଫି ଗ୍ରୁପ ବିଜେତା ହୋଇଥିଲେ । ସେହିପରି ନୃତ୍ୟରେ ପ୍ରଥମ ଡଲି ବାଦୀ, ଦ୍ୱିତୀୟ ପ୍ରାଚୀ ମଲ୍ଲିକ ତଥା ତୃତୀୟ ଭାବେ ଡଲି ପଧାନ ବିଜୟୀ ଘୋଷିତ ହୋଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଭଟଲି ସେକ୍ଟରର ସମସ୍ତ ଅଙ୍ଗନବାଡୀ କର୍ମୀମାନେ ଯୋଗଦେଇ ସହଯୋଗ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!